ବାତ୍ୟା ‘ଫୋନି’ରେ ରାଜ୍ୟର ୧୧ ହଜାର ୯୪୨ କୋଟି ଟଙ୍କାର କ୍ଷତି

ଭୁବନେଶ୍ୱର: ବାତ୍ୟା ‘ଫୋନି’ ଦ୍ୱାରା ରାଜ୍ୟର ୧୧ ହଜାର ୯୪୨ କୋଟି ଟଙ୍କାର କ୍ଷତି ହୋଇଛି। କ୍ଷୟକ୍ଷତି ନେଇ ଜିଲ୍ଲାପାଳ ମାନଙ୍କ ରିପୋର୍ଟ ଆଧାରରେ ରାଜ୍ୟ ସରକାର ଏହି ପ୍ରାଥମିକ ଆକଳନ କରିଛନ୍ତି। ଏ ନେଇ ଏକ ରିପୋର୍ଟ କେନ୍ଦ୍ରୀୟ ଟିମ୍‌କୁ ରାଜ୍ୟ ସରକାର ପ୍ରଦାନ କରିଛନ୍ତି।

ସଚିବାଳୟରେ ଆଜି କେନ୍ଦ୍ରୀୟ ଟିମ୍‌ ସହ ଆଲୋଚନା ବେଳେ ବାତ୍ୟା ‘ଫୋନି’ ଦ୍ୱାରା ରାଜ୍ୟର କ୍ଷୟକ୍ଷତି ସମ୍ପର୍କରେ ଅବଗତ କରାଯିବ। ବାତ୍ୟାରେ ଚୂଡାନ୍ତ କ୍ଷୟକ୍ଷତି ରିପୋର୍ଟ ରାଜ୍ୟ ସରକାର ପ୍ରସ୍ତୁତ କଲାପରେ ପରବର୍ତ୍ତୀ ଅବସ୍ଥାରେ ରାଜ୍ୟ ସରକାର ଦାବି ପତ୍ର ଦେବେ।

You might also like