କଟକ ସହରରୁ ୧୧୪ କରୋନା ଆକ୍ରାନ୍ତ ଚିହ୍ନଟ

କଟକ:  କଟକ ମହାନଗର ଅଞ୍ଚଳରେ ପୁଣି ୧୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ସରକାରୀ କ୍ୱାରେଣ୍ଟିନରୁ ୩୪; ହୋମ କ୍ୱାରେଣ୍ଟିନରୁ ୪୭ ଚିହ୍ନଟ ହୋଇଛନ୍ତି। ଲୋକାଲ କଣ୍ଟାକ୍ଟ କେସ୍‌ର ୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କେଉଁ ଅଞ୍ଚଳରୁ ହେଲେ ଚିହ୍ନଟ-

SCB ଆଇସୋଲେସନ ୱାର୍ଡରୁ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଉ ୯ କୋଭିଡ ଯୋଦ୍ଧା ମଧ୍ୟ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ନୂଆବଜାର ଶାସ୍ତ୍ରୀ ନଗରରୁ ୭, ଚାଉଳିଆଗଞ୍ଜ ଅପର୍ଣ୍ଣା ନଗରରୁ ୫, ରାଣୀହାଟରୁ ୪, ଓଡ଼ିଆ ବଜାରରୁ ମଧ୍ୟ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଝାଞ୍ଜିରମଙ୍ଗଳା ବାଲିସାହିରୁ ୮ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଛନ୍ତି।

You might also like