କେନ୍ଦ୍ରାପଡ଼ାରେ କରୋନା ରୋଗୀ ଚିହ୍ନଟ ପରେ ୧୧ ଗାଁ ସିଲ୍
କେନ୍ଦ୍ରାପଡ଼ା: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ସୋମବାର କେନ୍ଦ୍ରାପଡ଼ାରୁ ଆଉ ଜଣଙ୍କୁ ଚିହ୍ନଟ କରାଯିବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି। ଗତକାଲି ରାତିରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଜଣଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର । ସେ ମାର୍ଚ୍ଚ ୨୪ରେ ଦୁବାଇରୁ ଫେରିଥିବା ଜଣାପଡ଼ିଛି। ଉକ୍ତ ଯୁବକଙ୍କ ବୟସ ୩୨ ବର୍ଷ। ତାଙ୍କୁ ଅଶ୍ୱିନୀ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଏହି […]
କେନ୍ଦ୍ରାପଡ଼ା: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ସୋମବାର କେନ୍ଦ୍ରାପଡ଼ାରୁ ଆଉ ଜଣଙ୍କୁ ଚିହ୍ନଟ କରାଯିବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି।
ଗତକାଲି ରାତିରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଜଣଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର । ସେ ମାର୍ଚ୍ଚ ୨୪ରେ ଦୁବାଇରୁ ଫେରିଥିବା ଜଣାପଡ଼ିଛି। ଉକ୍ତ ଯୁବକଙ୍କ ବୟସ ୩୨ ବର୍ଷ। ତାଙ୍କୁ ଅଶ୍ୱିନୀ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।
ଏହି ଘଟଣା ପରେ ଉକ୍ତ ଅଞ୍ଚଳ ଉପରେ ପ୍ରଶାସନ ନଜର ରଖିଛି। ଯାଞ୍ଚ ବ୍ୟବସ୍ଥା କଡାକଡି କରଯାଇଛି। ଜିଲ୍ଲାପାଳଙ୍କ କହିବା ଅନୁଯାୟୀ, ଆକ୍ରାନ୍ତଙ୍କ ପରିବାର ସଦସ୍ୟଙ୍କୁ ହୋମ କ୍ୱାରେଣ୍ଟାଇନ୍ରେ ରହିବାକୁ କୁହାଯାଇଛି। ପରିବାରର ସମସ୍ତ ସଦସ୍ୟଙ୍କ ସ୍ୱାବ୍ ନମୁନା ସଂଗ୍ରହ କରାଯାଇଛି। ଆକ୍ରାନ୍ତଙ୍କ ଗାଁର ୩ କିମି ଭିତରେ ଥିବା ୧୧ଟି ଗାଁକୁ ସିଲ୍ କରି ଦିଆଯାଇଛି।
ଏଥିସହିତ ଆକ୍ରାନ୍ତଙ୍କ ଗାଁରେ ଘରକୁ ଘର ବୁଲି ଲୋକମାନଙ୍କର ସ୍ୱାସ୍ଥ୍ୟ ସଂପର୍କରେ ବୁଝାଯିବ। ସଂପୃକ୍ତ ଅଞ୍ଚଳର କେହି ବାହାରକୁ ଯିବା ଆସିବା କରିପାରିବେନି। ଆକ୍ରାନ୍ତ ବ୍ୟକ୍ତି କ୍ୱାରେଣ୍ଟାଇନ୍ରେ ଥିବାରୁ କୌଣସି ଲୋକ ଆତଙ୍କିତ ନ ହେବାକୁ ଜିଲ୍ଲାପାଳ କହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ୪୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।