ପୁଣି ୧୧ କରୋନା ଆକ୍ରାନ୍ତ ଚିହ୍ନଟ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଆଉ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ବାହାର ରାଜ୍ୟ ଫେରନ୍ତା। ଏହି ୧୦ ଜଣ ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼ରୁ ଫେରିଥିବା ସୂଚନା  ଦେଇଛନ୍ତି ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ।

ସମସ୍ତ ୧୦ ଜଣ କ୍ୱାରେଣ୍ଟିନରେ ଥିଲେ ବୋଲି ଜିଲ୍ଲାପାଳ କହିଛନ୍ତି।  ଅନ୍ୟ ଆକ୍ରାନ୍ତ ଜଣଙ୍କ କ୍ୱାରେଣ୍ଟିନ କେନ୍ଦ୍ରର ଜଣେ ସୁପରଭାଇଜର ବୋଲି ସୂଚନା ମିଳିଛି।

ଆଜି ସକାଳେ ୭୪ ନୂଆ ପଜିଟିଭ ଚିହ୍ନଟ ହୋଇଥିଲେ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୨ ଜଣ କ୍ୱାରେଣ୍ଟିନରେ ଥିଲେ। ଅନ୍ୟ ୨ ଜଣ ସ୍ଥାନୀୟ ବାସିନ୍ଦା ବୋଲି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।

ସେପଟେ ୨ ପଜିଟିଭ ଚିହ୍ନଟ ସହ ମାଲକାନଗିରି ନୂଆ ଜିଲ୍ଲା ଭାବେ କରୋନା ମ୍ୟାପ୍‌ରେ ସାମିଲ ହୋଇଛି। ଏହାସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଛି। ସେହିଭଳି ଆଜି ଗୋଟିଏ ଦିନରେ ଏପର୍ଯ୍ୟନ୍ତ ୮୫ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି।

You might also like