ପୁଣି କଟକରୁ କରୋନା; ଶିଶୁ ଭବନରୁ ଜଣେ ଶିଶୁ ସହିତ SCBରୁ ୧୧ ଜଣ ପଜିଟିଭ ଚିହ୍ନଟ

କଟକ: ପୁଣି କଟକରୁ ବାହାରିଲା କରୋନା। କଟକ ଶିଶୁ ଭବନରୁ ଜଣେ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ SCB ମେଡିକାଲରୁ ପୁଣି ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

୧୧ ମଧ୍ୟରେ ୪ ଜଣ ଆଇସୋଲେସନ୍ ୱାର୍ଡର ଥିବା ବେଳେ ଅନ୍ୟ ୭ ଜଣ ମେଡିକାଲର କର୍ମଚାରୀ ହୋଇଥିବା ସୂଚନା ଦେଇଛି କଟକ ଜିଲ୍ଲା ପ୍ରଶାସନ।

ଅନ୍ୟପଟେ ଜିଲ୍ଲାରେ ସଂକ୍ରମଣ ରୋକିବାକୁ ଆହୁରି ଶକ୍ତ ହୋଇଛି ପ୍ରଶାସନ। ବାହାରୁ କେହି କଟକ ସହରକୁ ଆସିଲେ ୧୪ ଦିନ କ୍ୱାରେଣ୍ଟିନ ବାଧ୍ୟତାମୂଳକ ହୋଇଛି। କେବଳ କଟକ ନୁହେଁ ୫ଟି ଜିଲ୍ଲାରୁ ଆସିଲେ ମଧ୍ୟ କ୍ୱାରେଣ୍ଟିନ୍‌ରେ ରହିବାକୁ ହେବ। ସେହିଭଳି କଟକର ୫ଟି ବ୍ଲକରୁ ଆସିଲେ କ୍ୱାରେଣ୍ଟିନ ବାଧ୍ୟତାମୂଳକ କରାଯାଇଛି। ଏନେଇ CMC ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି।

ସେପଟେ ଆଜି କଟକ ସହରରେ ଆଉ ୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୬ ଜଣ ସରକାରୀ କ୍ୱାରେଣ୍ଟିନ୍‌ରୁ, ୨୮ଜଣ ହୋମ୍ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଛନ୍ତି।

ସରକାରୀ କ୍ୱାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୩୮ଜଣଙ୍କ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ଲିଙ୍କ ରହିଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ଅର୍ଥାତ୍‌ କଟକ ମହାନଗର ନିଗମ ଅଧୀନରେ ଆସୁଥିବା ଅଞ୍ଚଳରୁ ଏଯାବତ୍‌ ୧୯୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬୬ଜଣ ଚିକିତ୍ସାଧୀନ ଥିବାବେଳେ ୨୨ଜଣ ସୁସ୍ଥ ହୋଇଛନ୍ତି। ୨ଜଣଙ୍କ ମୃତ୍ୟୁ ଘଟିଛି।

ଆଜି ରାଜ୍ୟରେ ମୋଟ ୪୬୯ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଓ କଟକରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ନୂଆ ୪୬୯ ଆକ୍ରାନ୍ତଙ୍କ ମଧ୍ୟରୁ ୩୧୭ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧୫୨ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଭୁବନେଶ୍ୱରୁ ମଧ୍ୟ ଆଜି ଆଉ ୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୯ଟି କ୍ୱାରେଣ୍ଟିନ୍‌, ୮ଟି ଲୋକାଲ୍ କଣ୍ଟାକ୍ଟସ୍‌ କେସ୍ ରହିଛି। କଳ୍ପନା ଛକ ସ୍ଥିତ ସରକାରୀ ଅଫିସର ୨ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।  ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି।

ପୁଣି ରାତିରେ ଭୁବନେଶ୍ୱର ଇଏସ୍‌ଆଇ ହସ୍ପିଟାଲ୍ କଲୋନୀରେ ଜଣେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି। ସଂପୃକ୍ତ ଆକ୍ରାନ୍ତଙ୍କୁ କିମ୍ସ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଏନେଇ ଇଏସ୍‌ଆଇ ହସ୍ପିଟାଲ ଅଧିକ୍ଷକ ସୂଚନା ଦେଇଛନ୍ତି। ତେବେ ସେ କାହାଦ୍ୱାରା ସଂକ୍ରମିତ ହେଲେ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ତାଙ୍କୁ ଗତ କିଛି ଦିନ ତଳେ ଜ୍ୱର ଥଣ୍ଡାରେ ପୀଡ଼ିତ ଥିଲେ। ଏହାପରେ ପରୀକ୍ଷା ପାଇଁ ସ୍ୱାବ ପଠାଯାଇଥିଲା। ଆଜି ରିପୋର୍ଟ ଆସିବା ପରେ ସେ କରୋନା ସଂକ୍ରମିତ ଥିବା ମେଡ଼ିକାଲ୍ ଅଧିକ୍ଷକ କହିଛନ୍ତି।

ଆହୁରି ପଢ଼ନ୍ତୁ

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ

ରାଜ୍ୟରେ ବଢ଼ିଲା ବିଦ୍ୟୁତ୍ ଦର

ବରିଷ୍ଠ IPS ସ୍ତରରେ ଅଦଳବଦଳ

୨୫ରୁ ପୁଣି ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଦିଅ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

ରହସ୍ୟ ଘେରରେ ମା’-ଝିଅଙ୍କ ମୃତ୍ୟୁ: ୪ ଦିନ ହେଲା ପଡ଼ି ରହିଛି ମୃତଦେହ

ବିଜେଡି ଛାଡ଼ିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ରବୀନ୍ଦ୍ର ଜେନା

You might also like