• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ୧୨ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି। ବାତ୍ୟାର ଗତିପଥ ସଂପର୍କରେ ତଥ୍ୟ ମିଳିବା ପରେ ସେହି ଅନୁସାରେ ଉଦ୍ଧାର କାର୍ଯ୍ୟ କରାଯିବ ବୋଲି କହିଛନ୍ତି SRC ପ୍ରଦୀପ ଜେନା। ବାତ୍ୟା ନେଇ ସରକାରଙ୍କ ପକ୍ଷରୁ ଗତକାଲି ଜାରି ହୋଇଥିବା ଆଲର୍ଟ ଆଜି ମଧ୍ୟ ବଳବତ୍ତର ରହିଛି।

ବାତ୍ୟାର ନୂଆ ଗତିପଥକୁ ଦେଖି ନୂଆ ଆଲର୍ଟ ଜାରି କରାଯିବା ସାଙ୍ଗକୁ ଲୋକଙ୍କୁ ସ୍ଥାନାନ୍ତର କରିବା ଲାଗି ପଦକ୍ଷେପ ନିଆଯିବ ବୋଲି ଏସଆରସି କହିଛନ୍ତି। ୧୯ ତାରିଖ ସଂଧ୍ୟାରୁ ଓଡ଼ିଶା ଉପରେ ପବନର ପ୍ରଭାବ ରହିବ , ତାହାକୁ ନଜର ରଖାଯାଇଛି।

କେଉଁ ଜିଲ୍ଲାର କେଉଁ ଜାଗାରେ ଲୋକଙ୍କୁ ସ୍ଥାନାନ୍ତର କରାଯିବ ସେନେଇ ଆଲୋଚନା ଜାରି ରହିଛି, ଆଜି ରାତିରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ବାତ୍ୟାର ମୁକାବିଲା ଲାଗି ପ୍ରଭାବିତ ହେବାର ଆଶଙ୍କା ଥିବା ଜିଲ୍ଲାକୁ ଓଡ୍ରାଫ ଓ ଏନଡିଆରଏଫ୍ ଟିମ୍ ପଠାଯାଇଛି।

ଗୋଟିଏ ପଟେ କରୋନା ମୁକାବିଲା ଓ ଏପଟେ ବାତ୍ୟାକୁ ଦେଖି ପଦକ୍ଷେପ ନେଉଛନ୍ତି ସରକାର। ଉପକୂଳବର୍ତ୍ତୀ ୧୨ଟି ଜିଲ୍ଲାର କୋଭିଡ୍ କାମରେ ଲାଗିନଥିବା ୫୪୨ଟି ବାତ୍ୟା ଆଶ୍ରୟସ୍ଥଳ ଓ ଅନ୍ୟ ୧୦୭୨ଟି କୋଠାକୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ଭାବେ ଚିହ୍ନଟ କରାଯାଇଛି। କୋଭିଡକୁ ପ୍ରାଧାନ୍ୟ ଦେଇ ସାମାଜିକ ଦୂରତା ଅବଲମ୍ବନ କରିବା ସହ ୧୨ଟି ଜିଲ୍ଲାରେ ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ପାରିବ ବୋଲି ଏସଆରସି କହିଛନ୍ତି

11-lakhs-people-affected-by-cyclone-amphan
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories