ସରୁନି ଦାଦନ ଦୁଃଖ : ତେଲେଙ୍ଗାନା ଇଟାଭାଟିରେ ୧୩ ଶ୍ରମିକ ଅଟକ

ମିଳୁନି ଟଙ୍କା, ମିଳୁଛି କେବଳ ନିର୍ଯାତନା

ନବରଙ୍ଗପୁର : ସରୁନି ଦାଦନ ଦୁଃଖ। ଇଟାଭାଟିରେ କାମ କରିବାକୁ ଯାଇଥିବା ନବରଙ୍ଗପୁର ଭଟିଗାଁର ୧୩ ଜଣ ଶ୍ରମିକ ତେଲେଙ୍ଗାନାରେ ନିର୍ଯାତିତ ହୋଇଥିବା ଅଭିଯୋଗ ହୋଇଛି। ସେଠାରେ ଶ୍ରମିକମାନଙ୍କୁ ଇଟାଭାଟି ମାଲିକ ଚୁକ୍ତି ମୁତାବକ ଟଙ୍କା ଦେଉ ନାହାନ୍ତି। ଟଙ୍କା ମାଗିଲେ ମାରପିଟ କରିବା ସହ ଘରକୁ ଆସିବାକୁ ମଧ୍ୟ ଦେଉନାହାନ୍ତି।

ନିର୍ଯାତନା ସମ୍ପର୍କରେ ଶ୍ରମିକମାନେ ସେମାନଙ୍କ ପରିବାରକୁ ଫୋନ୍ ଯୋଗେ ଜଣାଇବା ପରେ ପରିବାର ଲୋକେ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି। ଗତ ଅକ୍ଟୋରରେ ୩ ମାସ ପାଇଁ କାମ କରିବାକୁ କହି ଦୁଇ ଜଣ ଦଲାଲ ୧୩ ଜଣଙ୍କୁ ତେଲେଙ୍ଗାନା ନେଇଯାଇଥିଲେ। ମାସକୁ ୧୦ ହଜାର ଟଙ୍କା ଦରମା ଦେବା ସହ ଅନ୍ୟାନ୍ୟ ସୁବିଧା ବି ଦିଆଯିବ ବୋଲି କହିଥିଲେ।

ହେଲେ ୬ ମାସ ପରେ ବି ଶ୍ରମିକମାନ ଘରକୁ ନଫେରିବାରୁ ପରିବାର ଲୋକେ ଫୋନ ଯୋଗେ ଯୋଗାଯୋଗ କରିଥିଲେ। ସେପଟେ ଅଟକ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି।

You might also like