• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଚାନ୍ଦବାଲି: ମୃତ୍ୟୁର ପଥ ପାଲଟିଛି ଭଦ୍ରକ-ଚାନ୍ଦବାଲି ୯ ନମ୍ବର ରାଜ୍ୟ ରାଜପଥ। ଗତ ୩ ମାସ ମଧ୍ୟରେ ୧୧ କେଭି ତାର ଛିଣ୍ଡି ଜିଲ୍ଲାରେ ୬ ଜଣ ଲୋକଙ୍କ ପ୍ରାଣ ଗଲାଣି। ତଥାପି ବିଦ୍ୟୁତ୍‌ ବିଭାଗର ନିଦ ଭାଙ୍ଗୁନି। ରାଜ୍ୟ ରାଜପଥର ୫୨ କିଲୋମିଟର ଏହି ରାସ୍ତାରେ ପାଖାପାଖି୧୦୦ଟି ସ୍ଥାନରେ ୧୧କେଭି ତାର ରାସ୍ତା ଉପର ଦେଇ ଯାଇଛି। ଏମିତିକି ଅନେକ ସ୍ଥାନରେ ତାର ଯୋଡ଼ା ଯାଇଥିବା ବେଳେ ତଳକୁ କିଛି ସୁରକ୍ଷା ବ୍ୟବସ୍ଥା ନାହିଁ। ଅଘଟଣକୁ ଏଡ଼େଇବା ପାଇଁ ଲୋକମାନେ ବିଭିନ୍ନ ସମୟରେ ରାସ୍ତାରୋକ ମଧ୍ୟ କରୁଛନ୍ତି। ହେଲେ ପ୍ରତିଶ୍ରୁତି ଦେଇ ପରେ ଭୁଲିଯାଉଛନ୍ତି ବିଭାଗୀୟ ଅଧିକାରୀ।

କେବଳ ରାଜପଥ ନୁହେଁ ଜିଲ୍ଲାର ଅନେକ ଗ୍ରାମଞ୍ଚଳରେ ବି ସମାନ ଅବସ୍ଥାରେ ଟଣାଯାଇଛି ୧୧ କେଭି ତାର। ନିକଟରେ ସୋମପୁରର ଭାଗିରଥି ଦାସ ଘରୁ ବାହାରି ଆସୁଥିବା ବେଳେ ତାଙ୍କ ଉପରେ ୧୧ କେଭି ତାର ଛିଣ୍ଡିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥଲା। ମୃତ ଭାଗିରଥିଙ୍କ ପରିବାରକୁ କ୍ଷତିପୂରଣ ଲାଗି ପ୍ରତିଶ୍ରୁତି ମିଳିଥିଲା, ହେଲେ ତାଙ୍କ ସ୍ତ୍ରୀଙ୍କୁ ଆଜି ବି ଟଙ୍କାଟିଏ ପ୍ରଦାନ କରିନି ବିଦ୍ୟୁତ୍‌ ବିଭାଗ। ସେପଟେ ଖୁବ ଶୀଘ୍ର ସମସ୍ତ ଦୁର୍ବଳ ତାର ବଦଳାଯିବ ବୋଲି କହିଛନ୍ତି ନେସ୍କୋ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ବେହେରା ।

ବିପଦପୂର୍ଣ୍ଣ ଭାବେ ଟଣା ଯାଇଥିବା ୧୧ କେଭି ତାର ଛିଣ୍ଡି ଜଣକ ପରେ ଜଣଙ୍କ ପ୍ରାଣ ଯାଉଛି। ତେବେ ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ନଜରକୁ ଏହା ଆସୁଛି ଓ ଚାନ୍ଦବାଲି ବାସୀଙ୍କ ସମସ୍ୟର ସମାଧନ ହେଉଛି।

(ଚାନ୍ଦବାଲିରୁ ବାସୁଦେବ ଦାସଙ୍କ ରିପୋର୍ଟ)

11-kv-danger-in-bhadrak-chandbali-sh
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories