ସାଇକେଲରୁ ପଡ଼ି ଛାତ୍ରଙ୍କ ମୃତ୍ୟୁ

ଝାରସୁଗୁଡ଼ା(ଭାଗିରଥୀ ସାହୁ): ମାଟ୍ରିକ୍‌ ପରୀକ୍ଷା ଦେବାକୁ ଯାଉଥିବାବେଳେ ସାଇକେଲରୁ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକରେ ଏହି ଦୁଃଖଦ ଘଟଣା ଘଟିଛି।

ସୂଚନା ଅନୁସାରେ, ଭଉଁରା ସ୍କୁଲର ଛାତ୍ର ଈଶ୍ୱର ରୋହିଦାସ ଆଜି ବାଗଡ଼ିହି ହାଇସ୍କୁଲକୁ ସାଇକେଲ ଯୋଗେ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଯାଉଥିଲେ। ତେବେ ପରୀକ୍ଷା କେନ୍ଦ୍ର ନିକଟରେ ସେ ସାଇକେଲରୁ ତଳେ ପଡ଼ି ଯାଇଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆମ୍ବୁଲାନ୍ସ ଦୁଇ ଘଣ୍ଟା ବିଳମ୍ବରେ ପହଞ୍ଚିବା ଯୋଗୁ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

You might also like