ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଉଠାଇ ନେଇ ଦୁଷ୍କର୍ମ କଲା ଦଶମ ଶ୍ରେଣୀ ଛାତ୍ର

ବାରିପଦା: ସପ୍ତାହ ଭିତରେ ମୟୂରଭଞ୍ଜ ଜିଲ୍ଲାରେ ଦୁଇଟି କଳଙ୍କିତ ଘଟଣା ଘଟିଥିଲା। ଏହି ଘଟଣା ମନରୁ ଲିଭିନଥିବା ବେଳେ ପୁଣି ଜଣେ ନାବାଳିକା ଦୁଷ୍କର୍ମରେ ଶିକାର ହୋଇଛି। ଅଭିଯୁକ୍ତ ଦଶମ ଶ୍ରେଣୀ ଛାତ୍ର ପାଚେରୀ ଡେଇଁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଉଠାଇ ନେଇ ଶୌଚାଳୟରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଗତ ରବିବାର ସରସ୍ୱତୀ ପୂଜା ଥିଲା। ସେଥିପାଇଁ ଆଶ୍ରମ ସ୍କୁଲରେ ଉତ୍ସବର ମାହୋଲ୍‌ ଥିଲା। ପୂଜା ସରିବା ପରେ ଛାତ୍ରୀମାନେ ହଷ୍ଟେଲ୍‌କୁ ଫେରି ଥିଲେ। ତେବେ ସେହି ଦିନ ରାତିରେ ଅନ୍ୟ ଏକ ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ହଷ୍ଟେଲ୍‌ ପାଚେରି ଡେଇଁ ଜଣେ ଅଷ୍ଟମ ଛାତ୍ରୀଙ୍କୁ ଉଠାଇ ଆଣି ଶୌଚାଳୟରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଛାତ୍ରୀ ଜଣକ ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ଆଜି ଛାତ୍ରୀଙ୍କ ମାଉସୀ ଏନେଇ ସଦର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ

ଉପକୂଳ ଓଡ଼ିଶାରେ ବନ୍ୟା ବିପଦ

ପଶ୍ଚିମ ଓଡ଼ିଶାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ

ଅଡୁଆରେ ସୁନ୍ଦରଗଡ଼ ଏସ୍‌ପି ; ମାଡ଼ ମାରି ମହିଳାଙ୍କ ଗର୍ଭନଷ୍ଟ କରିଥିବା ଅଭିଯୋଗରେ ମାମଲା ରୁଜୁ

ନିଃସନ୍ତାନ ଥିବାରୁ ଏମିତି ନିଷ୍ପତ୍ତି ନେଲେ କି ପ୍ରଫେସର ଓ ତାଙ୍କ ପତ୍ନୀ ?

ଆଇଆଇସି ଓ ତହସିଲଦାରଙ୍କୁ ଏସ୍‌ଟିଏଫ୍‌ର ଘନଘନ ଜେରା

ଶ୍ରୀମନ୍ଦିର ସୁରକ୍ଷା ନେଇ କ୍ୟାବିନେଟ୍ ନିଷ୍ପତ୍ତି ପରେ ବଢୁଛି ଅସନ୍ତୋଷ

SCB ଆସିବେ ଜଗା କାଳିଆ

ଚୌଦ୍ୱାରର ବିଭିନ୍ନ ସ୍ଥାନରେ ଇମ୍ଫାର ଜନକଲ୍ୟାଣ କାର୍ଯ୍ୟକ୍ରମ

କିଓସ୍କ ବ୍ୟାଙ୍କ ଠକେଇ ମାମଲାରେ କେନ୍ଦ୍ର ପରିଚାଳକ ଗିରଫ

ଆଇଏଏସ ଅଦଳବଦଳ: ଗଗନ ଧଳ ବନ ଉନ୍ନୟନ ନିଗମ ଅଧ୍ୟକ୍ଷ, ସଞ୍ଜିବ ଚୋପ୍ରା ଗୃହ ସଚିବ

ବିନା ବର୍ଷାରେ ବନ୍ୟା; ଘରେ ପାଣି ବାହାରେ ବି ପାଣି

ଥାନାକୁ ଗଲା ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟର ବିବାଦ

You might also like