ଅସହାୟ ବୃଦ୍ଧାଙ୍କ ପାଇଁ ଦେବଦୂତ ସାଜିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ବାଲେଶ୍ୱର: ସହାୟତା କରିବା ପାଇଁ ଅର୍ଥର ଆବଶ୍ୟକତା ନ ଥାଏ । ଆବଶ୍ୟକ ଥାଏ ଉଦାର ହୃଦୟର, ସ୍ନେହସିକ୍ତ ମନର । ତାଙ୍କ ପାଖରେ ଅର୍ଥ ନାହିଁ । ତଥାପି ତାଙ୍କର ସ୍ୱଳ୍ପ ସମ୍ବଳକୁ ନେଇ ବଢାଇଛନ୍ତି ତାଙ୍କ ସହାୟତାର ହାତ । ସେ ହେଉଛନ୍ତି ଜଣେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଜୀବନ କୁମାର ବେହେରା । ସେ ସହାୟତା ନାଁରେ ଟଙ୍କା ବା ସୁନା ଅଜାଡି ଦେଇ ନାହାନ୍ତି ସତ, ହେଲେ ତାଙ୍କର ସାମର୍ଥ୍ୟ ଭିତରେ ସେ ଜଣେ ଅସହାୟ ବୃଦ୍ଧାଙ୍କୁ ଯେପରି ସାହାଯ୍ୟ କରିଛନ୍ତି ସେଥିପାଇଁ ସେ ପ୍ରକୃତରେ ପ୍ରଶଂସାର ପାତ୍ର ।

ପ୍ରାୟ ଏକ ସପ୍ତାହ ତଳର ଘଟଣା । ଜଳେଶ୍ୱର  ଅଞ୍ଚଳର ଜଣେ ବୃଦ୍ଧା ତାଙ୍କ ରୋଗୀଣା ନାତିର ଚିକିତ୍ସା ପାଇଁ ବାଲେଶ୍ୱର ଡାକ୍ତରଖାନା ଆସୁଥିଲେ। ଏକ ୧୦୮ ଆମ୍ବୁଲାନ୍ସରେ ସେ ଜଳେଶ୍ୱରରୁ ବାଲେଶ୍ୱର ଡାକ୍ତରଖାନା ଆସିଥିଲେ ।
ସାତ ଦିନ ପରେ ନାତି ସୁସ୍ଥ ହେବା ପରେ ଡାକ୍ତର ତାଙ୍କୁ ଘରକୁ ଯିବାକୁ ଅନୁମତି ଦେଇଥିଲେ । ହେଲେ ବୃଦ୍ଧା ଡାକ୍ତରଖାନାରୁ ଘରକୁ ଫେରି ପାରି ନ ଥିଲେ । କାରଣ ତାଙ୍କ ପାଖରେ ଘରକୁ ଯିବା ପାଇଁ ଟଙ୍କା ନ ଥିଲା ।

ଅସହାୟ ବୃଦ୍ଧା ନାତିକୁ ଧରି ଡାକ୍ତରଖାନା ବାରଣ୍ଡାରେ କାନ୍ଦୁଥିଲେ । ଏହି ସମୟରେ ଜଣେ ରୋଗୀଙ୍କୁ ନେଇ ସେଇ ୧୦୮ ଆମ୍ବୁଲାନ୍ସ ଆସିଥିଲା ଯେଉଁଥିରେ ବୃଦ୍ଧା ଡାକ୍ତରଖାନା ଆସିଥିଲେ । ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଜୀବନ କୁମାରଙ୍କ ନଜର ବୃଦ୍ଧାଙ୍କ ଉପରେ ପଡ଼ିଲା । ଦେଖିବା କ୍ଷଣି ଚିହ୍ନି ପାରଥିିଲେ । ପାଖକୁ ଯାଇ ପଚାରିଥିଲେ ।
ସବୁ କଥା ଜାଣିବା ପରେ ଏକ ଅଟୋ ଡାକି ଆଣିଥିଲେ । ବୃଦ୍ଧା ଓ ତାଙ୍କ ନାତିଙ୍କୁ ଶୁଖିଲା ଖାଦ୍ୟ ଦେବା ସହ ଅଟୋ ଭଡ଼ା ଦେଇ ତାଙ୍କୁ ଜଳେଶ୍ୱର ଯିବା ପାଇଁ ବ୍ୟବସ୍ଥା କରିଥିଲେ ।

ଜଣେ ଆମ୍ବୁଲାନ୍ସ ଫାର୍ମାସିଷ୍ଟଙ୍କର ଏହି ସାହାଯ୍ୟକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ତାଙ୍କ ମାନବିକତାକୁ ନେଇ ସମସ୍ତେ ପ୍ରଶଂସା କରୁଛନ୍ତି ।

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like