ଓଲଟିଲା ୧୦୮ ଆମ୍ବୁଲାନ୍ସ

ମୟୂରଭଞ୍ଜ: ରୋଗୀଙ୍କୁ ଆଣିବାକୁ ଯାଉଥିବା ବେଳେ ରାସ୍ତା କଡ଼କୁ ଓଲଟି ପଡ଼ିଲା ୧୦୮ ଆମ୍ୱୁଲାନ୍ସ। ମୟୂରଭଞ୍ଜ ଜିଲ୍ଲା ଉଦଳା-ବାରିପଦା ରାସ୍ତାର ପଥରା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।

ଆମ୍ୱୁଲାନ୍ସଟି ଖୁଣ୍ଟାରୁ ଉଦଳାକୁ ରୋଗୀ ଆଣିବା ପାଇଁ ଯାଉଥିଲା। ହେଲେ ପଥରା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା।

ଦୁର୍ଘଟଣା ଯୋଗୁ ଆମ୍ୱୁଲାନ୍ସରେ ଥିବା ଜଣେ ଫର୍ମାସିଷ୍ଟ ଆହତ ହୋଇଛନ୍ତି। ତାଙ୍କୁ ଖୁଣ୍ଟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଡ୍ରାଇଭର ଓ ଅନ୍ୟ ଜଣେ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

You might also like