ପ୍ରସୂତିଙ୍କୁ ନେଇ ଯାଉଥିବା ବେଳେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ଉମରକୋଟ: ପ୍ରସୂତିଙ୍କୁ ନେଇ ଡାକ୍ତରଖାନା ଯାଉଥିବା ବେଳେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ। ଏଥିରେ ପ୍ରସୂତିଙ୍କ ସହିତ ଆଶାକର୍ମୀ ଓ ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା ଗବାଗୁଡ଼ା ନିକଟରେ ଏହି ଘଟଣା ଘଟିଛି।

ଗତକାଲି ରାତି ପ୍ରାୟ ୧୨ଟା ବେଳେ ଝରିଗାଁ ବ୍ଳକ୍‌ ଚଚ୍ଚା ଗାଁର ଜଣେ ପ୍ରସୂତିଙ୍କୁ ନେଇ ୧୦୮ ଆମ୍ୱୁଲାନ୍ସ ଡାକ୍ତରଖାନା ଯାଉଥିଲା। ତେବେ ଗବାଗୁଡ଼ା ନିକଟରେ ଏକ ବୁଲାଣିରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଆହତ ପ୍ରସୂତି, ଆମ୍ଵୁଲାନ୍ସ ଡ୍ରାଇଭର ଓ ଆଶାକର୍ମୀଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ଆଶାକର୍ମୀ ଓ ପ୍ରସୂତିଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

You might also like