ପ୍ଲାଜମା ଥେରାପିରେ ସୁସ୍ଥ ହେଲେ ୧୦୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: କରୋନାକୁ ମାତ୍ ଦେବା ପାଇଁ ପ୍ଲାଜମା ସାଜିଛି ଇଶ୍ୱରଙ୍କ ବରଦାନ। ଆଜି ପ୍ଲାଜମା ଥେରାପିରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୦୪ କରୋନା ଆକ୍ରାନ୍ତ। ଏହି ସଫଳତାକୁ ନେଇ ପ୍ଲାଜ୍‌ମା ଥେରାପି ଟିମ୍ ଏବଂ ପ୍ଲାଜ୍‌ମା ଦାନ କରୁଥିବା ବ୍ୟକ୍ତିଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଭିନନ୍ଦନ ଜଣାଇଛି।

ବିଭାଗ ପକ୍ଷରୁ କୁହାଯାଇଛି, ଆଜି ଓଡ଼ିଶାରେ ୧୦୪ ଜଣ ଆକ୍ରାନ୍ତ ପ୍ଲାଜମା ଥେରାପି ଜରିଆରେ ସୁସ୍ଥ ହେବାର ବିରଳ ସଫଳତା ହାସଲ କରିଛି। ଏହା ପ୍ରଶଂସନୀୟ ସଫଳତା। ଏହି ସଫଳତାକୁ ନେଇ ପ୍ଲାଜ୍‌ମା ଥେରାପି ଟିମ୍ ଏବଂ ପ୍ଲାଜ୍‌ମା ଦାନ କରି ଏହି ଥେରାପିକୁ ସଫଳ କରାଇ ପାରିଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ବିଭାଗ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା।

ଏହି ଉପଲବ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଶଂସା କରିଛନ୍ତି। ସେ ଟ୍ୱିଟ୍‌ ଯୋଗେ କହିଛନ୍ତି, “ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ପୂରା ପ୍ଲାଜମା ଥେରାପି ଟିମ୍ ଏବଂ କୋଭିଡ୍ ଯୋଦ୍ଧାମାନଙ୍କୁ ଶୁଭେଚ୍ଛା, ଯେଉଁମାନେ ପ୍ଲାଜମା ଥେରାପିରେ ୧୦୦ରୁ ଅଧିକ ଆକ୍ରାନ୍ତଙ୍କୁ ସୁସ୍ଥ କରିବାର ମାଇଲଷ୍ଟୋନ୍ ହାସଲ କରିବାରେ ସହାୟକ ହୋଇଛନ୍ତି। ପ୍ଲାଜମା ଦାନ କରିବାକୁ ଆଗେଇ ଆସିଥିବା ଏବଂ ବହୁ ମୂଲ୍ୟବାନ ଜୀବନ ବଞ୍ଚାଇଥିବା ସମସ୍ତଙ୍କୁ ଧନ୍ୟବାଦ।”

ଆହୁରି ପଢ଼ନ୍ତୁ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

You might also like