ବୟସ ହାର ମାନିଛି : ୧୦୩ ବର୍ଷ ବୟସରେ ବି ସେ କରୁଛନ୍ତି କଠିନ କାମ

ଚାନ୍ଦବାଲି ( ବାସୁଦେବ ଦାସ) :  ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟ କଲା ଭଳି ଖବରଟିଏ । ୧୦୩ ବର୍ଷ ବୟସର ଯୁବକଙ୍କୁ କେବେ ଦେଖିଛନ୍ତି ? ଏ ବୟସରେ ତାଙ୍କ କାମ ଆଉ ମନୋବଳକୁ ଦେଖିଲେ, ଆପଣ ବି ଠିକ୍ ଏୟା କହିବେ, ଯାହା ଆମେ କହୁଛୁ । ସେ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଭଦ୍ରକ ଚାନ୍ଦବାଲି ଅନ୍ତର୍ଗତ ନରସିଂହପୁର ଗାଁର ଲୁହାର ମଣିଷ ଦିନବନ୍ଧୁ ସୂତାର।

୫ କିଲୋ ଓଜନର ହାତୁଡ଼ିରେ ପିଟି ଲୁହାକୁ ଆକାର ଦେଉଥିବା ଏ ଲୁହାର ମଣିଷକୁ ଦେଖିଲେ ଜାଣିପାରିବେ ତାଙ୍କ ବୟସକୁ, ଶକ୍ତିକୁ ଆଉ ସାମର୍ଥ୍ୟକୁ। ଦିନବନ୍ଧୁ ସୂତାରଙ୍କ ଜନ୍ମ ୧ଅଗଷ୍ଟ୧୯୧୭ରେ ।  ଅର୍ଥାତ୍ ବୟସ ୧୦୩ । ହେଲେ ଏବେ ବି ଯୁବକ ଭଳି ତର୍ପରତା ତାଙ୍କ ଠାରେ ।  ଶାଳ କାମ ତାଙ୍କ କୌଳିକ ବୃତ୍ତି।  ଆଗରୁ ବାପା କରୁଥିଲେ, ତାଙ୍କୁ ୧୫ ବର୍ଷ ବୟସରୁ ସେ ବି ଏଇ କାମ କରି ଆସୁଛନ୍ତି । ଦାଆ, କଟୁରୀ, ପନିକି, ଯେତେସବୁ ଘର ଓ ଚାଷ ଉପକରଣ ଜିନିଷ । ଏଇଥିପାଇଁ ଏ ଦିନାଶାଳର ଆଖପାଖ ୩ ଖଣ୍ଡ ପଞ୍ଚାୟତରେ ଥିବା ନାଁ ଡାକ ଆଜି ବି ଅତୁଟ।

ଦିନଟିଏ ତାଙ୍କ ହାତ ଥକିନି କି କମିନି ଦିନାଶାଳରୁ ଲୋକଙ୍କ ଭିଡ଼। ତାଙ୍କ ହାତ ତିଆରି ଦାଆ ଆଗରେ କୁଆଡ଼େ ମେସିନ ଦାଆ କିଛି ନୁହଁ । ସମସ୍ତଙ୍କ ମୁହଁରେ ତାଙ୍କ କାରିଗରିର ତାରିଫ୍।

ତିନି ପୁଅ ବୋହୂଙ୍କୁ ନେଇ ଦିନବନ୍ଧୁଙ୍କ ହସ ଖୁସିର ସଂସାର । ସମସ୍ତେ ରୋଜଗାର କଲେଣି। ତାଙ୍କ ଉପରେ ନିର୍ଭର ବି ନାହିଁ । ହେଲେ ସେ କିନ୍ତୁ ବିଶ୍ରାମ ନେବାକୁ ଚାହାନ୍ତିନି। ହାତଗୋଡ଼ ଚାଲୁଛି ତ କାମ ବି ଚାଲୁଛି । ସାମାନ୍ୟ ଥଣ୍ଡା କାଶକୁ ଛାଡ଼ି ଦେଲେ ସେମିତି ଦେହ ଖରାପରେ ପଡ଼ିନାହାନ୍ତି। ଗାଁ ଲୋକଙ୍କ କହିବା କଥା ୧୫ କୋଡିଏ ବର୍ଷ ତଳେ ଦିନବନ୍ଧୁ ଯେମିତି ଥିଲେ, ଯେମିତି କାମ କରୁଥିଲେ, କୁଆଡ଼େ ଆଜି ବି ସେମିତି । ସକାଳ, ସଂଧ୍ୟାରେ ଚଲାବୁଲା, ସାଇକେଲ୍ ଚଲା, ସବୁ ଚାଲିଛି।

ଦିନବନ୍ଧୁଙ୍କ ଲୁହା ଭଳି ଦୃଢ଼ ମନୋବଳ ଓ କର୍ମନିଷ୍ଠା ଆଗରେ ଯେମିତି ହାରିଯାଇଛି ବାର୍ଦ୍ଧକ୍ୟ। ଶରୀରର ଅନ୍ୟ ଅଙ୍ଗ କଥା ଛାଡନ୍ତୁ ତାଙ୍କ ଆଖି ବି ଚଷମା ଲୋଡ଼ିନି ଏଯାଏଁ।

ହେଲେ ବର୍ତ୍ତମାନ ସମୟରେ ଦିନବନ୍ଧୁଙ୍କ ଏ ସୁସ୍ଥ ସ୍ୱାସ୍ଥ୍ୟ, ଓ ଦୀର୍ଘ ଜୀବନର ରହସ୍ୟ କଣ , ପଚାରିଲେ କୁହନ୍ତି ‘ସେତେବେଳେ ଆମେ ଫୁଟା ଚାଉଳର ଭାତ ଖାଉଥିଲୁ ଓ ପେଜ ପିଉଥିଲୁ । ଖତ ଦିଆ ବାଡ଼ି ବଗିଚାର ଫଳ ଖାଉଥିଲୁ । ଏବେ ତ ଲୋକେ ଖାଲି ସାର୍‌ ଦିଆ  ବିଷ ଖାଦ୍ୟ ଖାଉଛନ୍ତି । ସ୍ୱାସ୍ଥ୍ୟବାନ ହେବେ କେମିତି ?

ଆହୁରି ପଢ଼ନ୍ତୁ

ରହସ୍ୟରେ ଆଟଲସ୍‌ ସାଇକେଲ୍‌ କଂପାନୀ ମାଲିକଙ୍କ ପତ୍ନୀଙ୍କ ଆତ୍ମହତ୍ୟା !

ମିଶନ ଗଗନଯାନରେ ସାମିଲ ହେବ ଏହି ମହିଳା ରୋବୋଟ

ପିତା ନିଜ ନବଜାତ ପୁଅର ନାଁ ରଖିଲେ ‘କଂଗ୍ରେସ’ !

ସୋଶାଲ୍ ମିଡିଆରେ ଭାଇରାଲ୍ ଡାକ୍ତର-ରୋଗୀଙ୍କ ସୁସଂପର୍କ

ମାସର ସେହି ଦିନର ଯନ୍ତ୍ରଣା ଓ ଘରୋଇ ଉପଚାର…

ହାତ ଠାରି ଡାକେ ପ୍ରକୃତି… ମନ ମୋହୁଛି ପ୍ରାକୃତିକ ସୌନ୍ଦର୍ଯ୍ୟ

ସ୍ୱପ୍ନ ହେଲା ସତ ; ଲମ୍ୱା କେଶ ପାଇଁ ବିଶ୍ୱ ରେକର୍ଡ କଲେ ଯୁବତୀ  

୫ଶ୍ରେଣୀ ଛାତ୍ରଙ୍କ ମହତ ଉଦ୍ୟମ ; ପେଟ୍ରୋଲ ଚାଳିତ ସାଇକେଲ ନିର୍ମାଣ କରି ଚର୍ଚ୍ଚାରେ

ମା’ ହେଲେ ୧୧ବର୍ଷୀୟା ଛାତ୍ରୀ, ହଷ୍ଟେଲ୍‌ରେ ଜନ୍ମ କଲେ ପିଲା !

ସ୍ମାର୍ଟଫୋନ୍‌ରେ ବଡ଼ ଡିସ୍‌କାଉଣ୍ଟ , ଏକ୍ସଚେଞ୍ଜ ଅଫର ବି ଉପଲବ୍ଧ : ସୀମିତ ସମୟ

ହେଲମେଟ ନପିନ୍ଧି ଗାଡ଼ି ଚଳେଇଲେ ଲେଖିବାକୁ ହେବ ୧୦୦ ଶବ୍ଦରେ ପ୍ରବନ୍ଧ

ରିଲାକ୍ସ ହ୍ୱାଟ୍ସଆପ୍‌ ୟୁଜର୍‌; ଏବେ ଆଉ ଏମିତି ହେବନି !

You might also like