ଭୁବନେଶ୍ୱର: ଭୁବନେଶ୍ୱର ମହାନଗରରେ ଆଜି ଆଉ ୧୦୩୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ କେସ୍ ୧୫୪ ଥିବା ବେଳେ ଲୋକଲା କେସ୍ ୮୮୦ ରହିଛି।
Update on newly detected #COVID19 cases in the last
24 hrs under the BMC area on 8th May (till 9am). pic.twitter.com/0RmufxBDq4— BMC (@bmcbbsr) May 8, 2021
କେଉଁ ଅଞ୍ଚଳରୁ କେତେ:
ଆଜି ନୟାପଲ୍ଲୀ ଓ ପଟିଆରୁ ସର୍ବାଧିକ ୫୪ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖଣ୍ଡଗିରି ଓ ଲକ୍ଷ୍ମୀସାଗରରୁ ୪୦ ଲେଖାଏଁ, ଓଲଡ ଟାଉନରୁ ୩୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚନ୍ଦ୍ରଶେଖରପୁରରୁ ୩୫, ଡୁମୁଡୁମାରୁ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରେ କରୋନାରୁ ଆଜି ଆଉ ୧୦୧୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ଗତକାଲି ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୮ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୮୪୮ ଜଣ ଆରୋଗ୍ୟ ହୋଇଥିଲେ।