• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ବାଲେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବେକାବୁ ହେଲାଣି। ଆଜି ଦିନକରେ ରାଜ୍ୟରେ ୧୭୪୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱର, କଳାହାଣ୍ଡି, ଖୋର୍ଦ୍ଧା, ସମ୍ବଲପୁର, ସୁନ୍ଦରଗଡର ରୋଗୀ ସଂଖ୍ୟା ୧୦୦ ଟପିଛି। ତେବେ ବାଲେଶ୍ୱର ଆଜି କରୋନାର ହଟସ୍ପଟ ପାଲଟିଛି।  ଆଜି ବାଲେଶ୍ୱରର ଇମାମୀ ପେପର ମିଲ୍‌ରୁ ଆଜି  ୧୦୧ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଆଜି ଜିଲ୍ଲାରୁ ଚିହ୍ନଟ ହୋଇଥିଲେ ୧୫୮ ଜଣ ନୂଆ ପଜିଟିଭ। ଏମାନଙ୍କ ମଧ୍ୟରୁ କେବଳ ଇମାମୀରୁ ୧୦୧ ଜଣ ରହିଛନ୍ତି। ଏହାପରେ ଇମାମୀର ଏକ କଲୋନୀକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ମିଲ୍‌ର ୩ଟି ୟୁନିଟ ମଧ୍ୟରୁ ଗୋଟିଏ ୟୁନିଟକୁ ବନ୍ଦ କରିଛି ପ୍ରଶାସନ। ଏନେଇ ବାଲେଶ୍ୱର ସିଡିଏମ୍ଓ ଦୁଲାଲସେନ୍ ଜଗଦେବ ସୂଚନା ଦେଇଛନ୍ତି ।

ଗତ ଏକ ସପ୍ତାହର ତଥ୍ୟକୁ ଦେଖିଲେ ଜଣାପଡେ, ବାଲେଶ୍ୱର ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିଲା। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁଯାୟୀ, ଗତ ୫ ତାରିଖ ଏହି ଜିଲ୍ଲାରୁ ୧୩ ଜଣ ଚିହ୍ନଟ ହୋଇଥିବାବେଳେ ୬ ତାରିଖ ୬ ଜଣ, ୭ ତାରିଖ ୨୨ ଜଣ, ୮ ତାରିଖ ୧୦ ଜଣ, ୯ ତାରିଖ ୧୭ ଜଣ, ୧୦ ତାରିଖ ୩୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ହେଲେ ଆଜି ସବୁ ରେକର୍ଡ ଭାଙ୍ଗି ଦେଇଛି। ଆଜି ଜିଲ୍ଲାରୁ ବାହାରିଛନ୍ତି ୧୫୮ କରୋନା ରୋଗୀ।

ସୂଚନାଥାଉ କି, ରବିବାର ରାଜ୍ୟରେ ୧,୩୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଆଜି ବାହାରିଛନ୍ତି ୧,୭୪୧ ନୂଆ କରୋନା ପଜିଟିଭ୍ । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା  ୩,୫୧,୩୦୨ରେ ପହଞ୍ଚିଛି। ଆକ୍ଟିଭ୍‌ କେସ୍-୯,୨୫୯ ଥିବାବେଳେ ୩ ଲକ୍ଷ ୪୦ ହଜାର ୬୨ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଭାରତରେ ବର୍ତ୍ତମାନସୁଦ୍ଧା ୧୦ କୋଟିରୁ ଅଧିକ ଲୋକ ଭାକ୍ସିନ ନେଇ ସାରିଲେଣି। 

ଏହା ପୂର୍ବରୁ ଶିକ୍ଷାନୁଷ୍ଠାନମାନଙ୍କରେ ଅଧିକ କରୋନା ରୋଗୀ ଚିହ୍ନଟ ହେଉଥିଲେ। ଫଳରେ ସ୍ୱାସ୍ଥ୍ୟ ବିଭାଗର ନିଦ ହଜି ଯାଇଥିଲା। ଏବେ ସଂକ୍ରମଣ ଶିକ୍ଷାନୁଷ୍ଠାନ ସମେତ ଅନ୍ୟ କ୍ଷେତ୍ରକୁ ବ୍ୟାପିଲାଣି। ଏପ୍ରିଲ ୪ ତାରିଖରେ ଭୁବନେଶ୍ୱର ଏସବିଆଇ ମୁଖ୍ୟ କାର୍ଯ୍ୟାଳୟରୁ ୭ ଜଣ କରୋନା ପଜିଟିଭ ବାହାରିବା ପରେ ବିଏମ୍‌ସି ଏହାକୁ ୨ ଦିନ ପାଇଁ ସିଲ କରି ଦେଇଥିଲା। ଆଜି ସୁପ୍ରିମକୋର୍ଟରେ ୫୦ ପ୍ରତିଶତ କର୍ମଚାରୀ ସଂକ୍ରମିତ ହୋଇଥିବା ସୂଚନା ମିଳିଛି।

କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଆଜିଠୁ ଭୁବନେଶ୍ୱର ରେଲ୍‌ୱେ ଷ୍ଟେସନରେ ଜୋରଦାର ଚେକିଂ ଆରମ୍ଭ ହୋଇଛି। ସେପଟେ ଗଞ୍ଜାମ ଜିଲ୍ଲାରେ ସରକାରୀ ଅଫିସ ପାଇଁ କୋଭିଡ୍ କଟକଣା ଜାରି ହୋଇଛି।

https://youtu.be/WwZ-Cax4lTQ

 

101-corona-positive-found-in-emami-paper-mill
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories