୨୪ ଘଂଟାରେ ରାଜ୍ୟରେ ୧୦ ହଜାର ୩୬ କରୋନା ଆକ୍ରାନ୍ତ ସୁସ୍ଥ

୧୦ ହଜାର ୩୬ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୦ ହଜାର ୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୧୪୭୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହ ସୁନ୍ଦରଗଡ଼ରୁ- ୮୧୪, କଟକରୁ- ୭୧୮, ଅନୁଗୁଳରୁ- ୫୧୦, ବରଗଡ଼ରୁ- ୪୫୫ କଳାହାଣ୍ଡିରୁ- ୪୩୭ ଜଣ ସୁସ୍ଥ ହୋଇଥିବା ବେଳେ ଯାଜପୁରରୁ- ୪୦୭, ଗଞ୍ଜାମରୁ- ୩୬୬, ନବରଙ୍ଗପୁରରୁ- ୩୫୬ ପୁରୀରୁ- ୩୫୧, ବଲାଙ୍ଗିରରୁ- ୩୪୨, ଝାରସୁଗୁଡ଼ାରୁ- ୩୩୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଭାବରେ ସମ୍ବଲପୁରରୁ- ୩୦୦ ପୁରୀରୁ- ୩୫୧, ବଲାଙ୍ଗିରରୁ- ୩୪୨, ଝାରସୁଗୁଡ଼ାରୁ- ୩୩୪, ସମ୍ବଲପୁରରୁ- ୩୦୦ ବୌଦ୍ଧରୁ- ୨୧୮, ନୂଆପଡ଼ାରୁ- ୨୦୨, ରାୟଗଡ଼ାରୁ- ୧୯୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କେବଳ ଏତିକି ନୁହେଁ ବରଂ କେନ୍ଦୁଝରରୁ- ୧୮୬ ମୟୂରଭଞ୍ଜରୁ- ୧୬୫, ଜଗତସିଂହପୁରରୁ- ୧୫୫, ସୁବର୍ଣ୍ଣପୁରରୁ- ୧୪୮ କେନ୍ଦ୍ରାପଡ଼ାରୁ ୧୪୧ ଏବଂ ଦେବଗଡ଼ରୁ ୧୩୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ଏଯାଏଁ ସୁସ୍ଥ ହେଲେଣି ୫ ଲକ୍ଷ ୪୬ ହଜାର ୬୩୧ ଆକ୍ରାନ୍ତ ଜଣ।

ସେପଟେ, ରାଜ୍ୟରେ କରୋନା ଦୈନିକ ସଂକ୍ରମଣ କମିବାର ନାଁ ଧରୁନି। କିଛି ଦିନ ବ୍ୟବଧାନ ପରେ ଗତକାଲି ଦୈନିକ ସଂକ୍ରମଣ  ୧୦,୩୨୧ରେ ସୀମିତ ଥିବାବେଳେ ଆଜି ପୁଣି ୧୧ ହଜାର ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧,୦୯୯ କରୋନା ରୋଗୀ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନେର ୬୨୧୪ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟରେ ଅଛନ୍ତି ୪୮୮୫।

ଆଜି ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ। ଖୋର୍ଦ୍ଧା ଜିଲ୍ଲାରୁ ୧୪୬୦ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି ୯୮୩ ।  ସେହିପରି ଅନଗୁଳରୁ ୫୫୨, ବାଲେଶ୍ୱରରୁ ୪୦୮, ବରଗଡରୁ ୩୩୯, ଭଦ୍ରକରୁ ୪୩୧, ବଲାଙ୍ଗିରରୁ ୨୮୮, ବୌଦ୍ଧରୁ ୨୧୩, କଟକରୁ ୮୬୭, ଦେବଗଡରୁ ୧୦୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

 

ସେହିପରି ଢେଙ୍କାନାଳରୁ ୧୬୨, ଗଜପତିରୁ ୮୨, ଗଞ୍ଜାମରୁ ୧୯୬, ଜଗତ୍‌ସିଂହପୁରରୁ ୩୦୨, ଜାଜପୁରରୁ ୩୭୮, ଝାରସୁଗୁଡାରୁ ୩୦୭, କଳାହାଣ୍ଡିରୁ ୨୯୯, କନ୍ଧମାଳରୁ ୮୮, କେନ୍ଦ୍ରାପଡାରୁ ୧୫୬, କେନ୍ଦୁଝରରୁ ୧୬୫, କୋରାପୁଟରୁ ୨୮୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ସେହିପରି ମାଲକାନଗିରିରୁ ୧୦୨, ମୟୂରଭଞ୍ଜରୁ ୫୦୭, ନବରଙ୍ଗପୁରରୁ ୩୫୧, ନୟାଗଡରୁ ୨୭୭, ନୂଆପଡ଼ାରୁ ୨୩୨, ପୁରୀରୁ ୩୫୬, ରାୟଗଡ଼ାରୁ ୧୭୦, ସମ୍ବଲପୁରରୁ ୫୪୭, ସୋନପୁରରୁ୨୫୨ ଏବଂ ଷ୍ଟେଟ ପୁଲିଂରୁ ୨୪୨ ଜଣ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

You might also like