• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଜୁନ୍ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୧୦ ହଜାର ଟପିବ ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବୈଷୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା। ତାସହ ସଂଖ୍ୟା ବଢ଼ିବା ନେଇ ୨ଟି କାରଣ ଉପରେ ବ୍ୟସ୍ତ ନହେବାକୁ ମଧ୍ୟ କହିଛନ୍ତି। ତାଙ୍କ କହିବାନୁସାରେ, ପ୍ରଥମତଃ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢ଼ିବା ଦରକାର।

ସେଥିପାଇଁ କରୋନା ଟେଷ୍ଟ କରାଯାଉଛି ଆଉ ସଂକ୍ରମଣ ନହେଲେ ଆମ ଭିତରେ ଗୋଷ୍ଠୀ ସଂକ୍ରମଣ ପ୍ରତିରୋଧ ଶକ୍ତି ରହିବନି। କୌଣସି ଅଞ୍ଚଳରେ ଗୋଷ୍ଠୀ ପ୍ରତିରୋଧକ ଶକ୍ତି ଆସିବାକୁ ହେଲେ ସେଠାରେ ଦୁଇ ତୃତୀୟାଂଶଙ୍କୁ ସଂକ୍ରମଣ ହେବା ଦରକାର ବୋଲି ଡାକ୍ତର ପଣ୍ଡା କହିଛନ୍ତି।

ସେପଟେ ଲଗାତର ୩ ଦିନରେ କରୋନା ୩ ମୁଣ୍ଡ ନେବା ପରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭ରେ ପହଁଞ୍ଚିଛି। ତେବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣ ହେବାର ହିସାବକୁ ନେଇ ଚିନ୍ତା ବଢିଛି। ପ୍ରଥମ ୫ଶହ ଛୁଇଁବା ପାଇଁ ୨ ମାସ ଲାଗିଥିବା ବେଳେ ମାତ୍ର ୮ ଦିନରେ କିନ୍ତୁ କରୋନା ଲମ୍ବା ଲମ୍ଫ ମାରି ଦ୍ୱିତୀୟ ୫ ଶହ ଡେଇଁଛି।

୧୫ ମାର୍ଚ୍ଚ ରାଜ୍ୟରେ ଚିହ୍ନଟ ହେଲେ ପ୍ରଥମ କରୋନା ଆକ୍ରାନ୍ତ ସେଞ୍ଚୁରୀ ଛୁଇଁବାକୁ ଲାଗିଲା ୪୧ ଦିନ ତା ପର ଶହେ କିନ୍ତୁ ଅତିକ୍ରମ କଲା ୧୧ ଦିନରେ। ହେଲେ ୩୦୦ ଶହ ଛୁଇଁବାକୁ ନେଲା ମାତ୍ର ୩ ଦିନ। ତାପରେ ଦ୍ରୁତ ଗତିରେ କାୟା ମେଲାଇ ଚାଲିଲା କରୋନା। ୩ ଶହରୁ୪ ଶହ ଡେଇଁବାକୁ ୨ ଦିନ ଏବଂ ୫ ଶହ ଓ ୬ ଶହ ଛୁଇଁବାକୁ ଗୋଟିଏ ଦିନ ନେଲା ଏହି ମାରାତ୍ମକ ଭୁତାଣୁ। ୨ ଦିନ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୭ଶହ ଡେଇଁଲା ଓ ପୁଣି ଦିନକରେ ୧୦୦ ବଢି ୮ଶହ ହେଲା।

ଏମିତି ଦିନେ ଦୁଇ ଦିନ ଅନ୍ତରେ ଲମ୍ବା ଡିଆଁ ମାରି ଆଜି ଆସି ୧୧୦୩ ରେ ପହଞ୍ଚିଛି। ତେବେ ଏତେ ସତର୍କତା ପରେ ବି କାହଁକି କାୟା ମେଲାଇ ଚାଲିଛି କରୋନା? ପ୍ରବାସୀଙ୍କ ଆଗମନ ଓ  ଅଧିକ ସ୍ୱାବ ପରୀକ୍ଷା ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ତେବେ ଆଶ୍ୱାସନରା କଥା ୧୧୦୫ର ୮୯ ପ୍ରତିଶତ  ଅର୍ଥାତ ୯୮୧ ଜଣ କରୋନା ଆକ୍ରାନ୍ତ ହେଉଛନ୍ତି।

10000-people-affected-by-the-corona-virus-in-end-of-june
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories