ରାଜଧାନୀ ହଜାରେ ପାର କଲା କରୋନା; ଗଣମାଧ୍ୟମ ସଂସ୍ଥାରେ ୫ ଚିହ୍ନଟ
ରାଜଧାନୀରେ ବେକାବୁ କରୋନା। ଭୁବନେଶ୍ୱରରେ ଆଜି ସର୍ବାଧିକ ୧୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨୪ ଆକ୍ରାନ୍ତଙ୍କ ମଧ୍ୟରୁ ୭୨ କ୍ୱାରେଣ୍ଟିନ କେନ୍ଦ୍ରରୁ ହୋଇଥିବା ବେଳେ ୫୨ ଲୋକାଲ୍ କେସ୍ ଅଛନ୍ତି। ଏହାକୁ ମିଶାଇ ଏଯାବତ୍ ୧୦୪୩ ଜଣ ଆକ୍ରାନ୍ତ ହେଲେଣି। ସେଥିରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉ ୫୭୪ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
କେଉଁ ଅଞ୍ଚଳରୁ ହେଲେ ଚିହ୍ନଟ:-
ଲକ୍ଷ୍ମୀବିହାର ବସ୍ତି, ଚିନ୍ତାମଣିଶ୍ୱର, ବମିଖାଲରୁ ଜଣେ ଲେଖାଏଁ ଲୋକାଲ୍ କେସ୍ ଚିହ୍ନଟ ହୋଇଛନ୍ତି। ସେହିପରି ବିଶ୍ୱେଶ୍ୱରୀ ବସ୍ତି, ଡୁମୁଡୁମା, ସହିଦ ନଗରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଇଷ୍ଟକୋଷ୍ଟ ରେଲେଓ୍ୱର ଜଣେ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଗଙ୍ଗନଗର, ନୟାପଲ୍ଲୀ ବେହେରା ସାହି, ଚକେଇସିଆଣିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୧୨୪ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୫୨ ଲୋକାଲ୍ କେସ୍ #Odisha #CoronaInBMC https://t.co/KjCvH8Kdom
— ଓଟିଭି (@otvkhabar) July 17, 2020
ସେହିପରି ଗଜପତି ନଗରରୁ ଜଣେ ଘରୋଇ ହସ୍ପିଟାଲର ମହିଳା କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ଓଲ୍ଡ ଟାଉନ୍, ଆଇଆରସି ଭିଲେଜ, ପଳାଶୁଣୀରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ରସୁଲଗଡ଼, ସହିଦନଗର, ପାତ୍ରପଡ଼ାରୁ ଜଣେ ଲେଖାଏଁ ଲୋକାଲ୍ କେସ୍ ରହିଛି।।
ଏକ ସରକାରୀ ହସ୍ପିଟାଲର ଡ୍ରାଇଭର ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ନୟାପଲ୍ଲୀ ଆଇଡି ମାର୍କେଟ ନିକଟ, ଲକ୍ଷ୍ମୀସାଗରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଆଉ ସବୁଠାରୁ ବଡ଼ କଥା ହେଲା ଏକ ଗଣମାଧ୍ୟମ ସଂସ୍ଥାର ୫ କର୍ମଚାରୀ ପଜିଟିଭ ଚିହ୍ନଟ। ପୂର୍ବର ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ସୂଚନା ମିଳିଛି।
ରାଜ୍ୟରେ ଆଉ ୭୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୭୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୪୭୯ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨୩୯ ରହିଛି।