ବୁର୍ଲା ଓ ବ୍ରହ୍ମପୁରରେ ଦୈନିକ ହେବ ୧୦୦୦ କରୋନା ସାମ୍ପୁଲ ଟେଷ୍ଟ

ଭୁବନେଶ୍ୱର: ଖୁବ୍ ଶୀଘ୍ର ବୁର୍ଲା ଓ ବ୍ରହ୍ମପୁର ମେଡିକାଲ କଲେଜରେ ଆରମ୍ଭ ହେବ କରୋନା ଟେଷ୍ଟ। ୫ଦିନ ମଧ୍ୟରେ ଦୈନିକ ଟେଷ୍ଟ ହେବ ୧ ହଜାର ସାମ୍ପଲ(ନମୂନା)। ଏହି ୨ ମେଡିକାଲରେ ଯୁଦ୍ଧକାଳୀନ ଭିତ୍ତିରେ କରୋନା ଟେଷ୍ଟ ପ୍ରସ୍ତୁତି ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍-୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

କରୋନା ମୁକାବିଲା ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ହୋଇଥିଲା। ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ଏହି ଅବସରରେ ଆସନ୍ତା ୧୫ ତାରିଖ ସୁଦ୍ଧା ରାଜ୍ୟରେ କୋଭିଡ୍ ହସ୍ପିଟାଲ୍‌ ବେଡ୍ ସଂଖ୍ୟା ୩ହଜାରକୁ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ବୈଠକରେ ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାରେ କରୋନା ସାମ୍ପୁଲ୍ ଟେଷ୍ଟିଂ ନେଇ ବ୍ୟବସ୍ଥା କରିବା ପାଇଁ ଆଲୋଚନା ହୋଇଥିଲା। ବର୍ତ୍ତମାନ ୩ଶହ ସାମ୍ପୁଲ୍ ପରୀକ୍ଷା ହେଉଥିବାବେଳେ ଦୈନିକ ଏକ ହଜାରେ ସାମ୍ପୁଲର ପରୀକ୍ଷା କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିଲା।

୫ ଦିନ ମଧ୍ୟରେ ଦୈନିକ ୧ ହଜାର ସାମ୍ପଲ ଟେଷ୍ଟ ପାଇଁ ଲକ୍ଷ୍ୟ ରଖାଯାଇଛି। ଉଭୟ ବୁର୍ଲା ଓ ଏମ୍‌କେସିଜିରେ କରୋନା ଟେଷ୍ଟ ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

You might also like