• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ) :  ଚୋରା ମଦ ବେପାରୀ ସକ୍ରିୟ । ସଙ୍କଟ ସମୟରେ ଗାଁ ଗାଁରେ ବେଶ ଜମୁଛି ମଦ ବେପାର । କଙ୍କଡାକୁ ଗୋଳି ପାଣି ସୁହାଇଲା ଭଳି  ଚୋରା ମଦ ବ୍ୟମସାୟୀଙ୍କୁ ଲକଡାଉନ୍‌ ସୁହାଇଛି  । ବେଆଇନ ଭାବରେ ମହୁଲ ଫୁଲକୁ ପ୍ରଥମେ ଗରମ ପାଣିରେ ଶିଝାଇ ଦିଆଯାଉଛି, ଆଉ ସେଥିରେ ବିଷାକ୍ତ କେମିକାଲ ମିଶାଇ ମଦ ବିକ୍ରି କରୁଛନ୍ତି ମଦ ବେପାରୀ ।  ତୁରେକେଲା ବ୍ଲକର ବିଭିନ୍ନ ଗ୍ରାମରେ ଏପରି ଦେଖିବାକୁ ମିଳିଛି ।

ଦୀର୍ଘ ଦିନ ହେଲା ବେଆଇନ ଭାବରେ ମଦ ବିକ୍ରି କରୁଥିବା ଅଭିଯୋଗ ହେଉଥିଲା । ଅବକାରୀ ବିଭାଗ ପକ୍ଷରୁ ଗତ କାଲି ଦିନ ୪ ଟା ସମୟରେ ତୁରେକେଲା ବ୍ଲକର ଢୋଲମାନ୍ଦଲ, କନ୍ଦାଗାଡ, ବାହାବଲ, ଗଇନ୍ଦିମାଲ, ଗବରା, ମହୁଲପାର୍ଟି ଗ୍ରାମରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ କନ୍ଦାଗାଡ, ବାହାବଲ ଓ ଗବରାରେ ପାଞ୍ଚ ଜଣଙ୍କ ଘରୁ ମଦ ଜବତ ହୋଇଛି । ସେମାନଙ୍କ ଘରୁ ମହୁଲ, ୧୦୦ ଲିଟର ମଦ ଓ ମଦ ରଖିଥିବା ବିଭିନ୍ନ ଜିନିଷକୁ ଜବତ କରିଥିଲା ଅବକାରୀ ବିଭାଗ ।

ଏହାସହ ମଦ ବିକ୍ରି କରୁଥିବା ପାଞ୍ଚ ଜଣଙ୍କ ନାଁରେ  ସିଆରପିସି ଆକ୍ଟ ଅନୁସାରେ ମାମଲା ରୁଜୁ କରିଛି ପୋଲିସ୍ । ମହୁରେ ବିଭିନ୍ନ ବିଷାକ୍ତ କେମିକାଲ ମିଶାଇବା ଫଳରେ ବିଷାକ୍ତ ମଦ ପିଇ ଲୋକେ ମୃତ୍ୟୁ ହେବାର ସମ୍ଭାବନା ରହିଛି । ତୁରେକେଲା ବ୍ଲକର ଆହୁରି ଅନେକ ଗାଁ ରହିଛି ଯେଉଁଠି ବେଆଇନ ଭାବରେ ରନ୍ଧା ମଦ ବିକ୍ରି କରାଯାଇଛି । ତେଣୁ ମଦ ବେପାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସାଧାରଣରେ ଦାବି ହେଉଛି ।

100-liters-liqueur-seized-from-three-villages
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories