ଡିପ୍ଲୋମା ଛାତ୍ର କରୁଥିଲେ ବ୍ରାଉନ୍‌ ସୁଗର୍‌ କାରବାର, ଧରିଲା ପୁଲିସ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନ୍ ସୁଗର୍‌ ଜବତ ହୋଇଛି। ଭୁବନେଶ୍ୱରର ଦୁଇଟି ସ୍ଥାନରେ ବ୍ରାଉନ୍ ସୁଗର୍‌ ଜବତ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ମୋଟ୍‌ ୪ ଜଣଙ୍କୁ ପୁଲିସ୍ ଗିରଫ କରିଛି।

କମିଶନରେଟ୍‌ ପୁଲିସ୍‌ର କୁଇକ୍‌ ଆକ୍ସନ ଟିମ୍ ସହିଦ୍ ନଗର ପୁଲିସ୍‌ ସହାୟତାରେ ସହିଦନଗର ଅଞ୍ଚଳରୁ ୧୦୦ ଗ୍ରାମରୁ ଅଧିକ ବ୍ରାଉନ୍ ସୁଗର୍‌ ଜବତ କରିଛି। ବ୍ରାଉନ୍‌ ସୁଗର୍ ବାଲେଶ୍ୱରରୁ ଭୁବନେଶ୍ୱରକୁ ଚାଲାଣ ହେଉଥିଲା ବୋଲି ଜଣାପଡ଼ିଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ସହିଦନଗର ଅଞ୍ଚଳରୁ ଆଉ ଜଣଙ୍କ ନିକଟରୁ ୧୦ ଗ୍ରାମ୍‌ ବ୍ରାଉନ୍‌ ସୁଗର୍ ଜବତ କରାଯାଇଛି। ପୁଲିସ୍‌ ଏହି ବ୍ରାଉନ୍‌ ସୁଗର୍ ଜବତ କରିବା ସହ ତାଙ୍କୁ ଗିରଫ କରିଛି।

ଅନ୍ୟପକ୍ଷରେ ଅନ୍ୟ ଏକ ବ୍ରାଉନ୍‌ ସୁଗର୍‌ କାରବାର ମାମଲାରେ ଚନ୍ଦ୍ରଶେଖରପୁର ପୁଲିସ୍‌ ଜଣେ ଡିପ୍ଲୋମା ଓ ଜଣେ ଗ୍ରାଜୁଏସନ୍‌ ଛାତ୍ରଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨୪ ଗ୍ରାମ ବ୍ରାଉନ୍‌ ସୁଗର୍‌ ଜବତ ହୋଇଛି।

You might also like