• translate
Chandan Shishu

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୧୦୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି ବିଏମ୍‌ସି। ୧୦୧ ମଧ୍ୟରୁ କ୍ୱାରେଣ୍ଟିନରୁ ୨୧, ଲୋକାଲ କେସ୍- ୮୦ ରହିଛି।  ଖଣ୍ଡଗିରିରୁ ସର୍ବାଧତ୍କ ୧୨, ରସୁଲଗଡ଼- ୭, ଓଲ୍ଡ ଟାଉନ-୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ-୩୨,୮୩୨ ଥିବାବେଳେ ଆକ୍ଟିଭ କେସ୍‌ ୫୫୫ ରହିଛି। ଏଯାବତ୍ ୩୨,୦୦୬ ସୁସ୍ଥ ହୋଇଛନ୍ତି।

https://twitter.com/bmcbbsr/status/1379428976238624772?s=20

ସେପଟେ ଭୁବନେଶ୍ୱର ଟଙ୍କପାଣି ରୋଡ୍‌ ତରୁ ଆପାର୍ଟମେଣ୍ଟ ସିଲ୍ ହୋଇଛି। ଆପାର୍ଟମେଣ୍ଟରୁ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ସିଲ୍ କରାଯାଇଛି। ଆଜିଠାରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ୧୦ ଦିନ ପାଇଁ ସିଲ୍ କରାଯାଉଛି। ଆପାର୍ଟମେଣ୍ଟ ଭିତରୁ ବାହାରକୁ ଓ ବାହାରୁ ଭିତରକୁ ପ୍ରବେଶ ବାରଣ କରାଯାଇଛି। କେବଳ ସ୍ୱୀକୃତିପ୍ରାପ୍ତ BMC ଅଧିକାରୀଙ୍କୁ ପ୍ରବେଶ ଅନୁମତି ରହିଛି।

Other Stories