• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Poet
ଶକ୍ତି ମହାନ୍ତି ଓ ହେମନ୍ତ ଦଳପତି ପାଇବେ କବି ଚନ୍ଦ୍ର କୁମାର ମହାନ୍ତି କବିତା ପୁରସ୍କାର-୨୦୨୪

କବିତା ସର୍ଜନା କ୍ଷେତ୍ରରେ ଉଭୟେ ସକ୍ରିୟ ଥିବା ବେଳେ ଶକ୍ତି ସାମାଜିକ ପ୍ରତିବଦ୍ଧତା ସାଙ୍ଗକୁ ସମ୍ପର୍କ ଓ ସମାଜର ସହାବସ୍ଥାନକୁ ନେଇ କବିତା ଲେଖୁଥିବା ବେଳେ ହେମନ୍ତ ବଞ୍ଚିତ ମଣିଷର ଆର୍ତ୍ତ ଓ ଅସହାୟତାକୁ ନେଇ କବିତା ଲେଖି ନୂଆ କାବ୍ୟ ପରମ୍ପରା ସୃଷ୍ଟି କରିଛନ୍ତି। ଉଭୟେ ଏକାଧିକ କବିତା ସଂକଳନର ସ୍ରଷ୍ଟା। 

Sura Routray
୬ ବର୍ଷ ପାଇଁ କଂଗ୍ରେସରୁ ବିଦା ହେଲେ ସୁର ରାଉତରାୟ

ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କ ବିରୋଧରେ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

No Electricity
ଏବେ ବି ଡିବିରି ଆଲୁଅରେ କଟୁଛି ଦିନ, ବିଜୁଳି ସାତ ସପନ

୨୦୧୫ ମସିହାରୁ ଦୀର୍ଘ ବର୍ଷ ହେଲା ବିଜୁଳି ବିଭାଗକୁ ବହୁବାର ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଶାସନ ଶୁଣୁଛନ୍ତି ନାଁ ବିଜୁଳି ବିଭାଗ ଶୁଣୁଛନ୍ତି ।

Crypto Currency
ଫାଇଭ୍‌ ଷ୍ଟାର ହୋଟେଲ୍‌ରେ ମିଟିଂ... ହ୍ୱାଟ୍ସଆପ୍‌ରେ ଚାଟିଂ ତାପରେ ଫିକ୍ସିଂ !

୨ କାର୍ପଟଦାରଙ୍କୁ ଏହି ଘଟଣାରେ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା।

Property Case
କଅଁଳ କଥା କହି ସବୁ ଧନ ସମ୍ପତ୍ତି ହାତେଇ ନେଲା ବଡ଼ ପୁଅ, ଏବେ ମା କରୁଛି ଗୁହାରୀ

ଆଉ କେତେ ବା ସାନ ପୁଅମାନଙ୍କ ଗଞ୍ଜଣା ସହିଥାନ୍ତା ବିଚରା ମାଆଟି । ଆଉ ସେଇଥି ପାଇଁ ପୁଅର ସ୍କୁଲରେ ପହଞ୍ଚିଛି ମାଆ । ଆମେ କହୁଛୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ମତୋ ଅଞ୍ଚଳର ଏକ ଘଟଣା । ବଡ଼ ପୁଅ ନାଁରେ ଏପରି ଅଭିଯୋଗ ଆଣି ଭାଙ୍ଗି ପଡ଼ିଛନ୍ତି ମାଆ ସେବତୀ ନାୟକ ।

Heritage Destruction
ଶ୍ରୀହିନ ହେଉଛି ଶିଳ୍ପ ନଗରୀ ଚୌଦ୍ୱାର; ଖତ ଖାଉଛି ଐତିହସ୍ଥଳୀ

ଚୌଦ୍ୱାରର ବିରାଟ ଗାଦି ବହୁ ପୁରାତନ ଐତିହ୍ୟ ବହନ କରେ। ଏଠି ଅନେକ ଐତିହ୍ୟ ଲୁକାୟତ ଭାବେ ରହିଥିବା ସ୍ଥାନୀୟ ଲୋକେ କୁହନ୍ତି। ଚୌଦ୍ୱାର ଅଞ୍ଚଳର ୯ଟି ମୌଜକୁ ଏଏସ୍ଆଇ ନିଜ ହାତକୁ ନେଇଛି।

Rudraksh
କୋଟିଏ ରୁଦ୍ରାକ୍ଷରେ ହନୁମାନ, ପୂଜା ପାଉଛି ନଅ ଶହ କୋଟି ନାମ ପତ୍ରିକା

ଆଶ୍ରମ ପ୍ରତିଷ୍ଠାତା ଆତ୍ମାରାମ ମହାରାଜଙ୍କ ଉଦ୍ଦେଶ୍ୟ ରହିଛି ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ଭାବ ଧାରାର ପ୍ରସାର । ଯାହା ସମସ୍ତଙ୍କୁ ଭକ୍ତି ମାର୍ଗରେ ବାନ୍ଧି ରଖିଛି ।

Revolt in Keonjhar Congress
ଲୋକସଭା ପ୍ରାର୍ଥୀକୁ ନେଇ କେନ୍ଦୁଝର କଂଗ୍ରେସରେ ବିଦ୍ରୋହ, ଇସ୍ତଫା ଦେଲେ ଜିଲ୍ଲା ସଭାପତି

କେନ୍ଦୁଝର ଜିଲ୍ଲା କଂଗ୍ରେସକୁ ପିସିସି ସମ୍ପୂର୍ଣ୍ଣ ଅଣଦେଖା ଏବଂ ଅବହେଳା କରିଥିବା ଅଭିଯୋଗ କରି ସେମାନେ ପଦ ଛାଡିଥିବା ଇସ୍ତଫା ପତ୍ର ଉଲ୍ଲେଖ କରିଛନ୍ତି।

Prabhas Singh
ବଢ଼ୁଛି ବିଜେପି ବଳ, ଶଙ୍ଖ ଛାଡ଼ି ପଦ୍ମ ଧରିଲେ ପ୍ରଭାସ ସିଂ

ଏପ୍ରିଲ୍‌ ୮ରେ ବିଜେଡିରୁ ଇସ୍ତଫା ଦେଇଥିଲେ ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂ । ନବୀନ ନିବାସରେ ପହଞ୍ଚି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ଦେଇଥିଲେ ।

Heavy Rainfall Alert
ଏଥର ମୌସୁମୀରେ ସ୍ୱାଭାବିକଠାରୁ ଅଧିକ ବର୍ଷା !

ଜୁନରୁ ସେପ୍ଟେମ୍ବର ଯାଏଁ ୧୦୬ ପ୍ରତିଶତ ବର୍ଷା ହେବା ସମ୍ଭାବନା ରହିଛି।

Jyoti Panigrahi
ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଜ୍ୟୋତି ପାଣିଗ୍ରାହୀ

ଗତ ୧୧ ତାରିଖରେ ସେ ବିଜେଡି ଛାଡ଼ିଥିଲେ। ଜ୍ୟୋତି ପାଣିଗ୍ରାହୀ ହେଉଛନ୍ତି ରାଜ୍ୟ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା।

Teacher Transfer
ନିୟମକୁ ଫୁ’ କରି ଉଡ଼ାଇଦେଲେ; ରାଜନୀତିରେ ସଂମ୍ପୃକ୍ତି ଅଭିଯୋଗରେ ଶିକ୍ଷକଙ୍କ ବଦଳି

କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଆଦିବାସୀ ହାଇସ୍କୁଲର ସହକାରୀ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନ । ସେ ରାଜନୈତିକ କାର୍ଯ୍ୟରେ ସମ୍ପୃକ୍ତ ରହୁଥିବା ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା l ଗତ ଏପ୍ରିଲ ୧୩ ତାରିଖ ଦିନ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Heat Wave
ସାବଧାନ !! ଡହଡହ ଖରାରୁ ମିଳିବନି ତ୍ରାହି.. କଲବଲ କରିବ ତାତି..

ଗତକାଲି ୧୦ଟି ସହରରେ ପାରଦ ୩୯ ଡିଗ୍ରୀ ଟପିଥିଲା। ୪୦.୫ ଡିଗ୍ରୀ ସହ ପାରଳାଖେମୁଣ୍ଡି ଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର।

Fishing
ଆଜିଠୁ ଓଡିଶା ଉପକୂଳରେ ୬୧ ଦିନ ଯାଏଁ ମାଛଧରା ବନ୍ଦ

କେବଳ ସାଢେ ୮ ମିଟର ଲମ୍ବ ପାରମ୍ପରିକ ଡଙ୍ଗାକୁ ଏହି କଟକଣାରୁ ବାଦ କରାଯାଇଛି। ଓଡିଶା ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଗୁଞ୍ଜାମ, କୁଜଙ୍ଗ, ବାଲୁଗାଁ, ବାଲେଶ୍ବର, ପୁରୀ ମତ୍ସ୍ୟ ଅଧିକାରୀଙ୍କୁ ଚିଠି କରାଯାଇଛି।

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 15 April 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Monday, 15 April 2024
Potato price
ରୋଷେଇ ଘରେ ମହଙ୍ଗା ମାଡ଼, ଚିନ୍ତାରେ ଖାଉଟି; ଆକାଶଛୁଆଁ ଆଳୁ ଦର...

ଆଳୁ ଦର ଆକାଶଛୁଆଁ । ୧୫ ଦିନରେ ୧୦ ଟଙ୍କା ମହଙ୍ଗା । କିଲୋ ୩୦ ପାର୍। ୧୫ ଦିନ ତଳେ ଆଳୁ କିଲୋ ପିଛା ୨୦ ଟଙ୍କାରେ ବିକ୍ରି ହେଉଥିଲା। ସପ୍ତାହକ ତଳେ ହଠାତ୍ କିଲୋ ୨୫ ହେଲା, ଆଉ ଏବେ କିଲୋ ୩୦ ଟଙ୍କା।

Congress Candidate List
ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା...ଆନନ୍ଦପୁରରୁ ଜୟଦେବ, ଭଣ୍ଡାରୀପୋଖରୀରୁ ଲଢ଼ିବେ ନିରଞ୍ଜନ

ଦ୍ୱିତୀୟ ପର୍ଯ୍ୟାୟରେ ୭୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ତେବେ ଏହି ଲିଷ୍ଟରେ ବହୁ ହେଭିୱେଟ୍‌ଙ୍କ ନାଁ ମଧ୍ୟ ରହିଛି ।

Odia New Panji
ଓଡ଼ିଆ ନବବର୍ଷ ଆଣିବ କି ରାଜନୈତିକ ପରିବର୍ତ୍ତନ... କ’ଣ କହୁଛି ଓଡ଼ିଆ ପଞ୍ଜିକା ?

ଆଜି ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷ । ଆଜିଠୁ ପ୍ରଚଳିତ ହୋଇଛି ନୂଆ ପଞ୍ଜିକା । ତା’ସହ ଓଡ଼ିଆ ନବବର୍ଷରେ ବି ଲାଗିଛି ନିର୍ବାଚନୀ ଛିଟା ।

Ticket Tension in BJD
ବିଜେଡିରେ ଟିକେଟ୍ ପାଇଁ ହଲାପଟା ବରିଷ୍ଠ ନେତା ! ଏବେ ବି ଝୁଲି ରହିଛି ବହୁ ସିନିୟର ଲିଡରଙ୍କ ଭାଗ୍ୟ

ବିଜେଡିରେ ଟିକେଟ୍ ପାଇଁ ହଲାପଟା ବରିଷ୍ଠ ନେତା । ଏକାଧିକ ସିଟ୍‌ରେ ଦଳର ବରିଷ୍ଠ ନେତା ଥିଲେ ବି ଏଯାଏଁ ସେମାନଙ୍କ ଟିକଟ୍ ଅଙ୍କ ଛିଡ଼େଇ ପାରୁନି ଦଳ ।

Balasore Lok Sabha constituency
ରୋଚକ ସ୍ଥିତିରେ ବାଲେଶ୍ବର ଲଢ଼େଇ; ଦଶ ବର୍ଷ ପରେ ପୁଣି ପ୍ରତାପ-ଶ୍ରୀକାନ୍ତ ଟକ୍କର...

ବାଲେଶ୍ବର ଲୋକସଭା ଆସନରେ ଏଥର ରୋଚକ ଲଢ଼େଇଦଶ ବର୍ଷ ପରେ ପୁଣି ପ୍ରତାପ- ଶ୍ରୀକାନ୍ତ ଟକ୍କରଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଶ୍ରୀକାନ୍ତ ଜେନାଙ୍କ ସହ ଭୋଟ୍ ରାଜନୀତିରେ ଖଡ଼ି ଛୁଇଁବାକୁ ଯାଉଥିବା ଲେଖାଶ୍ରୀ ସାମାନ୍ତ ସିଂହାରଙ୍କ ମଧ୍ୟରେ ଲଢ଼େଇକୁ ନେଇ ମୈଦାନ ପୂରା ଗରମ। 

BJD leader assaults local
ଯୁବ ବିଜେଡି କର୍ମୀଙ୍କ ଦବଙ୍ଗଗିରି, ମନ୍ତ୍ରୀଙ୍କୁ ଗୁହାରି କରିବାରୁ ପିଟିଲେ !

ଲୋକେ ନିଜର ସମସ୍ୟା ଜଣେଇବା ବେଳେ ଜଣେ ଯୁବ ବିଜେଡି ନେତା ସେମାନଙ୍କୁ ଗାଳି ଗୁଲଜ କରିବା ସହ ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ପିଟିଥିବା ଦୃଶ୍ୟ ଏବେ ଭାଇରାଲ ହେଉଛି ।

Potato Price Hike
ଖାଉଟିଙ୍କୁ ପୁଣି କନ୍ଦାଇଲାଣି ଆଳୁ ଦର, କିଲୋ ପ୍ରତି ବଢ଼ିଲାଣି ୭ ଟଙ୍କା

କେବଳ ଭୁବନେଶ୍ୱର ନୁହେଁ କଟକରେ ବି କିଲୋ ପ୍ରତି ୭ ଟଙ୍କା ବଢିଯାଇଛି ଆଳୁଦର ।

Car Accident
ଭାରସାମ୍ୟ ହରାଇ ଡିଭାଇଡର୍‌ରେ ପିଟି ହେଲା କାର୍‌; ବାପା-ଝିଅ ମୃତ, ୩ ଗୁରୁତର

୧୬ ନମ୍ବର ଜାତୀୟ ରାଜପଥରରେ ଏକ କାର ଡିଭାଇଡରକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ କାରରେ ଥିବା ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

Heat Wave
ରାଜଧାନୀରେ ନିଆଁ ବର୍ଷା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର

ଆସନ୍ତା ୫ ଦିନ ଯାଏଁ ଖରାରୁ ନିସ୍ତାର ନାହିଁ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୨ ଦିନ ରାଜ୍ୟରେ ହିଟୱେଭ୍‌ କଣ୍ଡିସନ ରହିବ ।

Baijayant Panda
ମା’ ମାଟିଆ ମଙ୍ଗଳାଙ୍କୁ ଦର୍ଶନ କରି କେନ୍ଦ୍ରାପଡ଼ାବାସୀଙ୍କ ମଙ୍ଗଳକାମନା କଲେ ବୈଜୟନ୍ତ

ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ କେନ୍ଦ୍ରାପଡ଼ାରେ ବିଭିନ୍ନ ସଂଗଠନ ପକ୍ଷରୁ ହିନ୍ଦୁ ଏକତା ଶୋଭାଯାତ୍ରା ଆୟୋଜନ କରାଯାଇଛି। ଏହି ଶୋଭାଯାତ୍ରାରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ସାମିଲ ହୋଇଛନ୍ତି।