ଗଞ୍ଜାମରେ ୧୦ଟି ଗାଁକୁ କଣ୍ଟେନ୍‌ମେଣ୍ଟ୍ ଓ ୨୨ଟି ଗାଁକୁ ବଫର୍‌ ଜୋନ୍‌ ଭାବେ ଘୋଷଣା

ଖଲ୍ଲିକୋଟ: ବିଭିନ୍ନ ଅସ୍ଥାୟୀ ମେଡିକାଲ୍‌ କ୍ୟାମ୍ପ୍(TMCs)ରେ କାର୍ଯ୍ୟରତ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ଗଞ୍ଜାମରେ ୧୦ଟି ଗାଁକୁ କଣ୍ଟେନ୍‌ମେଣ୍ଟ୍ ଓ ୨୨ଟି ଗାଁକୁ ବଫର୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ବିଭିନ୍ନTMCs ରେ କାର୍ଯ୍ୟରତ ୧୨ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ପରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍‌ ବାଦପଲ୍ଲୀ ପଞ୍ଚାୟତର ୯ଟି ଗାଁକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଛି। ଏହାସହ ୧୦ଟି ଗାଁ ବଫର୍ ଜୋନ୍ ଭାବେ ଘୋଷଣା ହୋଇଛି।

କଣ୍ଟେନ୍‌ମେଣ୍ଟ୍ ଜୋନ୍ ଭାବେ ଘୋଷଣା ହୋଇଥିବା ବାଦପଲ୍ଲୀ ପଞ୍ଚାୟତର ୯ଟି ଗାଁ ହେଲା- ଘୋଡ଼ାପଡ଼ା, ସିଆଳିପଟା, କୁରିମ୍ପୁର, ଗୁଣ୍ଡୁରିପଲ୍ଲୀ, ବାଦପଲ୍ଲୀ, ସାନବାଲା, ନୂଆପଲ୍ଲୀ, ଛକାସିଂହ ଓ ଦେବୀଝର।

ମରେଇନୂଆଗାଁ, ନଳାସିଂ, ଖାସୁଲା, ସୋରିଷପାଟଗଞ୍ଜରା, ବଡ଼ପଲା, ବି.ଭଲିପଦର, ପି. ବଳରାମପୁର, ଖରିପଲ୍ଲୀ, କିଆପଲ୍ଲୀ ଓ କୁମାରସିଂହ ଗାଁକୁ ବଫର୍ ଜୋନ୍ ଭାବ ଘୋଷଣା କରାଯାଇଛି।

ସେହିପରି ଆୟିତିପୁର ପଞ୍ଚାୟତ ଟିଏମ୍‌ସିରେ ନିୟୋଜିତ ୩ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ପରେ ବିରିପୁର ଗାଁକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଥିବା ବେଳେ ୧୨ଟି ଗାଁକୁ ବଫର୍ ଜୋନ୍ ଘୋଷଣା କରାଯାଇଛି।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ କଣ୍ଟେନମେଣ୍ଟ ଜୋନ୍ ମଧ୍ୟରେ ଲୋକମାନେ ଚଳପ୍ରଚଳ କରିପାରିବେ ନାହିଁ। ସେହିଭଳି କଣ୍ଟେନ୍‌ମେଣ୍ଟ୍ ଜୋନ୍‌ରୁ କେହି ବାହାରକୁ ଯାଇପାରିବେ ନାହିଁ କି ବାହାରର କୌଣସି ଲୋକ ଏହା ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ। ବଫର ଜୋନ୍‌ ଭିତରେ ଆସୁଥିବା ଗାଁର ଲୋକମାନେ କେବଳ ଜରୁରୀ ସେବା ପାଇଁ ଚଳପ୍ରଚଳ କରିପାରିବେ।

ଉଭୟ କଣ୍ଟେନ୍‌ମେଣ୍ଟ୍ ଓ ବଫର ଜୋନ୍‌ ଭିତରେ ରହିଥିବା ଗାଁଗୁଡ଼ିକର ଲୋକମାନେ ଘର ଭିତରେ ରହିବେ। ସମସ୍ତ ଦୋକାନ ବଜାର ବନ୍ଦ ରହିବ।

ଆହୁରି ପଢ଼ନ୍ତୁ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

You might also like