ଓଭରଲୋଡ଼ିଂ ପାଇଁ ବସ୍‌କୁ ୧୦ ହଜାର ଫାଇନ୍‌

ଭଦ୍ରକ: ଓଭରଲୋଡ଼ିଂ ଯୋଗୁଁ ବସ୍‌ ଉପରେ ପଡ଼ିଲା ୧୦ ହଜାର ଟଙ୍କାର ଜୋରିମାନା। ଭଦ୍ରକ ରାଜଘାଟ ଛକ ନିକଟରେ ନିର୍ଦ୍ଧାରିତ ସିଟ୍‌ ସଂଖ୍ୟାରୁ ଅଧିକ ଯାତ୍ରୀ ନେଇ ଯାଉଥିବା ଏକ ବସକୁ ପୋଲିସ ଅଟକାଇଥିବା ବେଳେ ଆରଟିଓ ବସକୁ ଫାଇନ ଲଗାଇଛି।

ଶୁକ୍ରବାର ବିଳମ୍ବିତ ରାତିରେ ଚାନ୍ଦବାଲି ଅଞ୍ଚଳରୁ ବସଟି ଭଦ୍ରକ ଆସୁଥିଲା। ବାଇପାସ ରାଜଘାଟ ଛକ ନିକଟରେ ବସଟି ଓଭରଲୋଡିଂ କରି ଯାଉଥିବା ସମୟରେ ପୋଲିସ ଗାଡ଼ିକୁ ଅଟକାଇଥିଲା। ପରେ ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ବସ ଉପରେ ୧୦ହଜାର ଟଙ୍କାର ଜୋରିମାନା ଲଗାଯାଇଛି। ଏନେଇ ଭଦ୍ରକ ଆରଟିଓ ସୂଚନା ଦେଇଛନ୍ତି।

କୋଭିଡ କଟକଣା ଥିବା ବେଳେ ବସରେ କେବଳ ନିର୍ଦ୍ଦାରିତ ସିଟ୍‌ରେରେ ଯାତ୍ରୀ ନେବାର ନିୟମ  ରହିଛି। କେବଳ ସେତିକି ନୁହେଁ, ବିନା ମାସ୍କରେ ଯାତ୍ରୀଙ୍କୁ ନ ନେବା ଲାଗି ମଧ୍ୟ ନିୟମ ରହିଛି।

You might also like