ଭୁବନେଶ୍ୱରର ସମସ୍ୟା ନେଇ ଦିଲ୍ଲୀ ଦରବାରରେ ପହଞ୍ଚିଲେ ଅପରାଜିତା

ଭୁବନେଶ୍ୱର: ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଲୋକଙ୍କ ବିଭିନ୍ନ ଅଭିଯୋଗ ଏବଂ ପ୍ରସ୍ତାବ ନେଇ ଦିଲ୍ଲୀ ଦରବାରରେ ପହଞ୍ଚିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। କେନ୍ଦ୍ରର ୫ ମନ୍ତ୍ରାଳୟକୁ ୧୦ଟି ପ୍ରସ୍ତାବ ଦେଇଛନ୍ତି ଅପରାଜିତା ଷଡ଼ଙ୍ଗୀ। ଯାହାର ସବିଶେଷ ତଥ୍ୟ ଆଜି ସାମ୍ବାଦିକ ସମ୍ମିଳନୀରେ ସେ ରଖିଛନ୍ତି।

ଦେଶର ୯ଟି ସହରରେ ବାୟୋଟେକ୍‌ URJIT(University Research Joint Industry Translational) କ୍ଲଷ୍ଟର ସ୍ଥାପନ ହେବ। ସେଥିରୁ ଭୁବନେଶ୍ୱରରେ ଏକ URJIT କ୍ଲଷ୍ଟର୍ ସ୍ଥାପନ କରିବାକୁ ନେଇ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ପ୍ରସ୍ତାବ ଦିଆଯାଇଛି। ଏହାସହ ପେନ୍‌ସନ୍ ବ୍ୟବସ୍ଥାରେ ସୁଧାର ପାଇଁ ପ୍ରସ୍ତାବ ରଖିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଠାରେ ଜାତୀୟ ରାଜପଥ ୧୬ ଓ ୨୨୪କୁ ସଂଯୋଗ କରୁଥିବା ରାସ୍ତା ଉପରେ ଫ୍ଲାଏ ଓଭର ନିର୍ମାଣ, ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ NH-16 ସ୍ଥିତ OCC ଛକ ଏବଂ ମଳିପଡ଼ା ଛକ ମଧ୍ୟରେ ନିଜିଗଡ଼ ତାପଙ୍ଗ ଛକରେ Vehicle under pass ନିର୍ମାଣ, ଖୋର୍ଦ୍ଧା ବ୍ଲକ୍‌ ପାଲତୋଟାପଡ଼ା ଗ୍ରାମ ପଞ୍ଚାୟତ ପଲ୍ଲା ଛକଠାରେ Vehicle under pass ନିର୍ମାଣ, ଭୁବନେଶ୍ୱର ସ୍ଥିତ ଅନ୍ଧାରୁଆ ଜଗନ୍ନାଥ ପ୍ରସାଦ ଠାରେ ୧୫୦ ଶଯ୍ୟା ବିଶିଷ୍ଟ ଇଏସ୍ଆଇ ସୁପର୍ ସ୍ପେଶାଲିଷ୍ଟ ହସ୍ପିଟାଲ୍ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟରେ ୭ ଲକ୍ଷ ୪୧ ହଜାର ୩୯୦ କର୍ମଚାରୀ ଇଏସ୍ଆଇରେ ଅର୍ନ୍ତଭୁକ୍ତ ରହିଛନ୍ତି। ତେଣୁ ସୁପର୍ ସ୍ପେଶାଲିଷ୍ଟ ହସ୍ପିଟାଲ୍ ବେଶ୍‌ ଗୁରୁତ୍ୱବହନ କରୁଥିବା ସେ ଦର୍ଶାଇଛନ୍ତି। 

ଲିଙ୍ଗରାଜ ପାସେଞ୍ଜର ହଲ୍‌ଟକୁ ସାଟେଲାଇଟ୍ ଷ୍ଟେସନ୍‌ରେ ପରିଣତ କରିବାକୁ ରେଳ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦିଆଯାଇଛି। ଏହି ଷ୍ଟେସନ୍ ଉପରେ ପାଖାପାଖି ୪ ଲକ୍ଷ ଲୋକ ନିର୍ଭର କରନ୍ତି। ତେଣୁ ଏହାଦ୍ୱାରା ବହୁ ଲୋକେ ଉପକୃତ ହୋଇପାରିବେ ବୋଲି ଅପରାଜିତା ଦର୍ଶାଇଛନ୍ତି।

ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଓ ଅନ୍ୟ ଅଞ୍ଚଳରୁ ଅପରାଜିତାଙ୍କ ପାଖକୁ ଅନେକ ଅଭିଯୋଗ ଏବଂ ପ୍ରସ୍ତାବ ଆସିବା ପରେ ସେ ଏନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିବା ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି।

You might also like