• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଆଜି ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏଥର ପଦ୍ମ ପୁରସ୍କାର ପାଇବେ ୧୧ଜଣ ଓଡ଼ିଆ। ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରାଯିବ। ସେହିଭଳି ସଦ୍ୟ ମୃତ୍ୟୁବରଣ କରିଥିବା ପ୍ରସିଦ୍ଧ ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କୁ ମରୋଣତ୍ତର ଭାବେ ପଦ୍ମଶ୍ରୀ ପ୍ରଦାନ କରାଯାଇଛି।

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏଥର ୨୧ଜଣଙ୍କୁ ମିଳିବ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର।  ଏଥର ମୋଟ ୧୦ଜଣ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ସେମାନେ ହେଲେ ନୟାଗଡ଼ ଜିଲ୍ଲାର ଅବସରପ୍ରାପ୍ତ ଅର୍ଥନୀତି ପ୍ରଫେସର ରାଧାମୋହନ ଓ ତାଙ୍କ ଝିଅ ସାବରମତୀ । ଜୈବିକ କୃଷି ପାଇଁ ଏମାନଙ୍କୁ ମିଳିବ।  ଏହି ସମ୍ମାନ ଗାନ୍ଧିବାଦୀ ବାପ-ଝିଅ ଭାବେ ଜଣାଶୁଣା ରାଧାମୋହନ ଓ ସାବରମତି ସମ୍ଭବ ନାମକ ଏକ ଅନୁଷ୍ଠାନ ଖୋଲି ଜୈବିକ କୃଷିକୁ ଆଗକୁ ନେଇଛନ୍ତି।

ସେହିପରି ଅନ୍ୟ ଓଡ଼ିଆ ଭାବେ ମିତ୍ରଭାନୁ ଗୌନ୍ତିଆ, ଦିବଂଗତ ଓଡ଼ିଆ ଚଳଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କୁ ମଧ୍ୟ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସେହିପରି ଦମୟନ୍ତୀ ବେଶ୍ରା, ଉତ୍ସବ ଚରଣ ଦାସ, ମିତ୍ରଭାନୁ ଗୌନ୍ତିଆ, ବୀଣାପାଣି ମହାନ୍ତିଙ୍କୁ ପଦ୍ମଶ୍ରୀ ପାଇଁ ମନୋନୀତ କରାଯାଇଛି ଏବଂ  ଆମେରିକାରେ ରହୁଥିବା ପ୍ରଶାନ୍ତ କୁମାର ପଟ୍ଟନାୟକ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଏହି ପୁରସ୍କାର ପାଇବେ।

 

10-odia-will-get-padma-awards-this-year12
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories