ଆଉ ୧୦ ପଜିଟିଭ ଚିହ୍ନଟ, ରେଡ୍‌ ଜୋନ୍‌ରେ ବିଗିଡୁଛି ସ୍ଥିତି

ଭୁବନେଶ୍ୱର: ଆଉ ୧୦ କରୋନା ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକରୁ ୬ ଜଣ ଓ ଯାଜପୁରରୁ ୪ ଜଣ ଅଛନ୍ତି। ତେବେ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯କୁ ବୃଦ୍ଧି ପାଇଥିବାବେଳେ ଭଦ୍ରକରେ ୩୧କୁ ବଢିଲା। ଏହି ଆକ୍ରାନ୍ତମାନେ ସମସ୍ତେ ରେଡ୍‌ ଜୋନ୍‌ର।

ଆଜି ଦିନକରେ ୬୮ଟି ପଜିଟିଭ ଚିହ୍ନଟ ହେଲେଣି, ଯାହା ରାଜ୍ୟ ପାଇଁ ଚିନ୍ତାଜନକ। ଯାଜପୁରରେ ମାତ୍ର ସୁସ୍ଥ ହୋଇଥିବାବେଳେ ୫୭ଟି ଆକ୍ଟିଭ କେଶ ରହିଛି। ସେହିପରି ଭଦ୍ରକରେ ୧୨ ଜଣ ସୁସ୍ଥ ହୋଇଥିବାବେଳେ ୧୯ଟି ଆକ୍ଟିଭ କେଶ ରହିଛି।

ରାଜ୍ୟରେ କରୋନା ପରିସ୍ଥିତି ଗମ୍ଭୀର ରୂପ ନେଇଛି।  ରାଜ୍ୟରେ ଆଉ ଜଣଙ୍କର କରୋନା ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି। ରାଜ୍ୟରେ ଏବେବି ୨୯୧ଟି ଆକ୍ଟିଭ କେଶ ରହିଛି। ଏମାନେ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ୬୮ଜଣ ସୁସ୍ଥ ହୋଇଥିବାବେଳେ ୩ଜଣଙ୍କ ମୃତ୍ୟୁ ହୋଇଛି।

ଆହୁରି ପଢ଼ନ୍ତୁ

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

୨୪ ଘଣ୍ଟାରେ ଆଖି ବୁଜିଲେ ୧୬ କରୋନା ଆକ୍ରାନ୍ତ

Corona Update In Odisha: ଆଜି ବି ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ହଜାର ତଳେ

କରୋନା ପାଇଁ କ୍ରିକେଟର ସାଜିଲେ କୁଲି

ଟ୍ରେନ୍ ଇଞ୍ଜିନ୍ ଲାଇନଚ୍ୟୁତ

ବୃଦ୍ଧ ଦମ୍ପତିଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

ବର୍ଷା ହେଲେ ବସ୍ତିରେ ଚିନ୍ତା, ବାରମ୍ବାର ପ୍ରତିଶ୍ରୁତି ପରେ ବି କରାଯାଉନି ଥଇଥାନ

ଦୁର୍ଘଟଣା ଯୋଗୁଁ ଓଜେଇଇରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ହେବ ସ୍ୱତନ୍ତ୍ର ପରୀକ୍ଷା

ବଗଲା ଧର୍ମଶାଳା ଜମିକୁ ନେଇ ଗୋଟିକ ପରେ ଗୋଟିଏ ବିଭ୍ରାନ୍ତି

ମନ୍ତ୍ରୀଙ୍କ ଦାୟିତ୍ୱହୀନତା: ଜୀବିତ ସମୀର ଦେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରତାପ ଜେନା

ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କଲା ଏନ୍‌ୟୁଜେ

ସୁସ୍ଥ ହେଲେ ୨୭୩୮ କରୋନା ଆକ୍ରାନ୍ତ

You might also like