ଦିନକରେ ଓଡ଼ିଶାରେ ୧୦ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୩୦କୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ, ଓଡ଼ିଶାରେ ଗୋଟିଏ ଦିନରେ ୧,୩୨୦ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୫୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କେଉଁଠି କେତେ ମୃତ୍ୟୁସଂଖ୍ୟା

ଗଞ୍ଜାମ-୩

ସୁନ୍ଦରଗଡ-୨

ବାଲେଶ୍ୱର-୨

ଝାରସୁଗୁଡା-୧

ଗଜପତି-୧

ରାୟଗଡ଼ା-୧

ଆଜି ଚିହ୍ନଟ ହୋଇଥିବା  ଗଞ୍ଜାମର ୩  ଜଣ ମୃତକ ପୁରୁଷ।  ସେମାନଙ୍କ ମଧ୍ୟରେ ଜଣେ ୩୦ ବର୍ଷୀୟ ଯୁବକ ଥିବାବେଳେ ଅନ୍ୟ ଦୁଇଜଣ ୬୦ ବର୍ଷୀୟ ବ୍ୟକ୍ତି। ଏହାକୁ ମିଶାଇ ଗଞ୍ଜାମରେ ମୃତ୍ୟୁ ସଂଖଞା ୭୩ରେ ପହଞ୍ଚିଲା। ସେହିପରି ବାଲେଶ୍ୱରର ୨ ମୃତକଙ୍କ ମଧ୍ୟରୁ ଜଣେ ୬୦ ବର୍ଷୀୟ ମହିଳା ଓ ଅନ୍ୟଜଣେ ୩୭ ବର୍ଷୀୟ ଯୁବକ।

ଗଜପିତରେ ୩୭ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଝାରସୁଗୁଡା ୬୧ ଓ ରାୟଗଡାରେ ୪୭ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

ସେହିପରି ସୁନ୍ଦରଗଡ଼ରେ ୨ ଜଣ ମୃତକ ପୁରୁଷ ଓ ସେମାନଙ୍କ ବୟସ ଯଥାକ୍ରମେ ୫୪ ଓ ୬୦ ବର୍ଷ ।

You might also like