ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୦ କରୋନା ରୋଗୀ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମୃତକଙ୍କ ମଧ୍ୟରେ ଭୁବନେଶ୍ୱର ଓ ଗଞ୍ଜାମରୁ ୨ଜଣ ଲେଖାଏ, ଭଦ୍ରକ, ବଲାଙ୍ଗିର, କଟକ,ଯାଜପୁର, କନ୍ଧମାଳ ଓ ସୋନପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

 

ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪୩ରେ ପହଞ୍ଚିଛି।

ଅନ୍ୟପକ୍ଷରେ, ଓଡ଼ିଶାରେ ୨,୯୨୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି।  ଗତ ୨୪ ଘଣ୍ଟା ମଧ୍ୟରେ ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।

You might also like