ରାଜଧାନୀକୁ ପୁଣି ଫେରିଲା ‘କରୋନା’, ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୦

ଭୁବନେଶ୍ୱର: ରାଜ୍ୟରେ ଆଉ ୧୦ ପଜିଟିଭ ଚିହ୍ନଟ। ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରର ୩ ଜଣ ଓ ଗଞ୍ଜାମର ୭ ଜଣ। ଭୁବନେଶ୍ୱର ବାହାରିଥିବା ୩ ପଜିଟିଭଙ୍କ ଘର ଭିଏସ୍‌ଏସ୍‌ ନଗର, ମଞ୍ଚେଶ୍ୱର ଓ ସୂର୍ଯ୍ୟନଗର ଅଞ୍ଚଳର। ଏମାନେ ସମସ୍ତେ ପୁରୁଷ। ସେହିପରି ଗଞ୍ଜାମରେ ଆଜି ସକାଳେ ଏକାଥରକେ ୧୭ଟି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି।


ଖୋର୍ଦ୍ଧାରେ ୫୦ଜଣ ସଂକ୍ରମିତ ହୋଇଥିଲା ବେଳେ ୩୨ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଅନ୍ୟ ୧୬ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଉଭୟ ଜିଲ୍ଲା ଏବେ ରେଡ୍ ଜୋନରେ ରହିଛି। ସାରା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ରେ ପହଞ୍ଚିଛି।

You might also like