୧୦ ମାସର ଶିଶୁ ଉପରେ ପଡ଼ିଗଲା କାନ୍ଥ

ଆସିକା (ମନୋଜ ମୁନି): କାନ୍ଥ ପଡ଼ି ଯିବାରୁ ଏକ ୧୦ ମାସର ଶିଶୁର ମୃତ୍ୟୁ ଘଟିଥିବା ବେଳେ ପରିବାରର ଆଉ ଚାରି ଜଣ ସଦସ୍ୟ ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ବଜ୍ରଗୁମ୍ମା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଆହତଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ପରିବାର ଲୋକେ ଶୋଇଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା। ଲଗାଣ ବର୍ଷା ଯୋଗୁ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା।

କାନ୍ଥ ତଳେ ସମସ୍ତେ ଚାପି ହୋଇ ରହି ଯାଇଥିଲେ। ଗ୍ରାମବାସୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ। ତେବେ ଶିଶୁଟିର  ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

You might also like