ଦଲାଲଙ୍କ କବଳରୁ ଖସି ଅାସିଲେ ୧୦ ଦାଦନ ଶ୍ରମିକ

ଅାନନ୍ଦପୁର  : ଦଲାଲଙ୍କ କବଳରୁ ଖସିଅାସିଲେ ବିକ୍ରି ହୋଇଥିବା ୧୦ ଜଣ ମହିଳା ଓ ପୁରୁଷ ଦାଦନ। ଅାନନ୍ଦପୁର ସୋସ  ଥାନା ଅଞ୍ଚଳରୁ ୪ ଜଣ ଦଲାଲଙ୍କ ମାଧ୍ୟମରେ ୧୦ ଜଣ ପୁରୁଷ ଓ ମହିଳା ଶ୍ରମିକ ବାହାରକୁ ଦାଦନ ଖଟିବାକୁ ଯାଇଥିଲେ। ବାହାରେ କାମ କରି ଭଲ ରୋଜଗାର କରିବାର ଅାଳ ଦେଖାଇ କୋଲକତାକୁ ନେବାକୁ କହି ନାଗାଲାଣ୍ଡ ନେଇଯାଇଥିଲା ଦଲାଲ।

ସେଠାରେ କାମ କରିବା ପରେ ପାରିଶ୍ରମିକ ଦେବା ବଦଳରେ ଶ୍ରମିକଙ୍କୁ ନିର୍ଯାତନା ଦିଅାଯାଉଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ୧୦ଜଣ ଶ୍ରମିକ ଫୋନ ଯୋଗେ ପରିବାର ଲୋକଙ୍କୁ ଜଣାଇବାରେ ପରେ ସୋସୋ ଥାନାରେ ଏନେଇ ଲିଖିତ ଅଭିଯୋଗ ହୋଇଥିଲା ।

କିନ୍ତୁ ପୁଲିସ ଏହାକୁ ଗୁରୁତ୍ୱ ଦେଇନଥିବା ଅଭିଯୋଗ ହୋଇଛି। କୌଶଳ କ୍ରମରେ ସମସ୍ତ ଶ୍ରମିକ ସେଠାରୁ ଖସି ଅାସିବାରେ ସଫଳ ହୋଇଛନ୍ତି । ଏପଟେ ଗଣମାଧ୍ୟମର ହସ୍ତକ୍ଷେପ ପରେ ପୁଲିସ ଏହାର ତଦନ୍ତ ଅାରମ୍ଭ କରିଛି।

You might also like