କାଳିଆରେ ସାମିଲ ହେବେ ଆଉ ୧୦ ଲକ୍ଷ ଚାଷୀ

ଏପ୍ରିଲ୍‌ରେ ମିଳିବ ଦ୍ୱିତୀୟ କିସ୍ତି ଅର୍ଥ

ଭୁବନେଶ୍ୱର: କାଳିଆ ଯୋଜନାରେ ରାଜ୍ୟର ଆହୁରି ଅଧିକା ୧୦ ଲକ୍ଷ ଚାଷୀ ଉପକୃତ ହେବେ । ଆଜି ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି।କାଳିଆ ଯୋଜନାରୁ କେହି ଚାଷୀ ଯେପରି ବାଦ୍ ନ ପଡ଼ିବେ ସେ ନେଇ ଦୃଷ୍ଟି ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

ମାର୍ଚ୍ଚ ପହିଲା କିମ୍ବା ତା ପରେ ପରେ ଡ୍ରାଫ୍ଟ ତାଲିକା ପ୍ରକାଶ କରାଯିବ। ଏପ୍ରିଲ୍ ପହିଲା ପରେ ଦ୍ୱିତୀୟ କିସ୍ତି ଅର୍ଥ ପ୍ରଦାନ ନେଇ ଏହି ବୈଠକରେ ଆଲୋଚନା ହୋଇଛି। ଗତ କିଛି ଦିନ ପୂର୍ବରୁ କାଳିଆରେ ଅଧିକା ୧୦ ଲକ୍ଷ ଚାଷୀକୁ ଅର୍ନ୍ତଭୁକ୍ତ ନେଇ କ୍ୟାବିନେଟ୍‌ରେ ନିଷ୍ପତ୍ତି  ନିଆଯାଇଥିଲା।

You might also like