• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ପାରାଦୀପ(ରମାକାନ୍ତ ନାୟକ): ବନ୍ଧୁକ ଦେଖାଇ ପରିବାର ଲୋକଙ୍କୁ ବାନ୍ଧିଦେଲେ। ତା’ ପରେ ଜବରଦସ୍ତ ନିଶାଦ୍ରବ୍ୟ ଦେଇ ଅଚେତ କରିଦେଲେ। ଏହାପରେ ଘର ଭିତରେ ଥିବା ବିପୁଳ ଟଙ୍କା ଏବଂ ସୁନାଗହଣା ଲୁଟିନେଇଛନ୍ତି ଦୁର୍ବୃତ୍ତ।  ପ୍ରାୟ ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟି ନେଇଛନ୍ତି। ଘଟଣା ଘଟିଛି ପାରାଦୀପ ଥାନା ଝିମାଳି ଗାଁରେ।

ଝିମାଳି ଗାଁର ସଚ୍ଚି ତରେଇ ଗାଁ ମୁଣ୍ଡରେ ଏକ ନିଛାଟିଆ ଜାଗାରେ ନୂଆ ଘର କରି ପରିବାର ସହ ରୁହନ୍ତି। ତାଙ୍କର ବଡ ପୁଅଙ୍କର ଗତବର୍ଷ ବାହାଘର ହୋଇଥିବାବେଳେ ଅନ୍ୟ ଜଣେ ପୁଅ ବିଦେଶରେ ଚାକିରି କରନ୍ତି। ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୧୦ରୁ ୧୨ ଜଣ ଦୁର୍ବୃତ୍ତ ଗୋଟିଏ ବୋଲେରୋ ଏବଂ ୪ଟି ବାଇକ୍‌ରେ ଆସିଥିଲେ।

ମୁଖ୍ୟ ଘରର ପଛପଟେ ଥିବା ଏକ ନୁଆଁଣିଆ ଗୁହାଳ ଦେଇ ଦୁର୍ବୃତ୍ତମାନେ ଘର ଭିତରେ ପଶିଥିଲେ। ସେମାନଙ୍କ ମଧ୍ୟରୁ କେତେଜଣ ଓଡ଼ିଆରେ, କେତେଜଣ ହିନ୍ଦୀ ଓ ଅନ୍ୟ ଭାଷାରେ କଥାବାର୍ତ୍ତା କରୁଥିଲେ। ଦୁର୍ବୃତ୍ତମାନେ ପରିବାର ସଦସ୍ୟଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ନିଶାଦ୍ରବ୍ୟ ଦେଇ ଅଚେତ କରିଦେଇଥିଲେ। ଏହାପରେ ସେମାନଙ୍କ ହାତଗୋଡ଼ ମଧ୍ୟ ବାନ୍ଧି ଦେଇଥିଲେ।

ଘରେ ଥିବା ଟଙ୍କା ସୁନା ସବୁ ଲୁଟି ନେଇଥିଲେ ଦୁର୍ବୃତ୍ତ। ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଲୁଟି ନେଇଥିବା ଜଣାଯାଇଛି। ସବୁ ଲୁଟ ଦୁର୍ବୃତ୍ତମାନେ ଚାଲି ଯିବା ପରେ ପରିବାର ଲୋକଙ୍କ ଚେତା ଫରିଥିଲା ଏବଂ ସେମାନେ ପୋଲିସକୁ ଖବର ଦେଇଥିଲେ।  ଅଚେତ ହେବା ପରେ ପରିବାରର ୪ ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ସମସ୍ତଙ୍କୁ ଅଠରବାଙ୍କି ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।ଚିକିତ୍ସା ପରେ ସେମାନେ ଘରକୁ ଫେରି ଆସିଥିଲେ ମଧ୍ୟ ଘରେ ଚିକିତ୍ସିତ ହେଉଛନ୍ତି।

ଘଟଣାସ୍ଥଳରୁ ହଳେ ଚପଲ ଓ ଗୋଟିଏ ମୁଦି ପଡ଼ିଥିବା ଦେଖିବାକୁ ମିଳିଛି। ଏସବୁ ଦୁର୍ବୃତ୍ତଙ୍କର ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ପୋଲିସ ଘଟଣାର ତଦନ୍ତ କରୁଛି।  ତେବେ ଏତେ ବଡ ଧରଣର ଡକାୟତ ଉକ୍ତ ଅଞ୍ଚଳରେ ପୂର୍ବରୁ କେବେ ହୋଇ ନ ଥିବା ଜଣାଯାଇଛି। ତେବେ ପୋଲିସ ଏ ସମ୍ପର୍କରେ ବିଶେଷ କିଛି ତଥ୍ୟ ଦେଇନାହିଁ।

10-lakh-loot-from-a-house-in-jagatsingpur
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories