ବାତ୍ୟା ‘ଫୋନି’ ପାଇଁ ୧୦ ଲକ୍ଷ ଲୋକ ସ୍ଥାନାନ୍ତର

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ଆଉ ପ୍ରାୟ ଦେଢ଼ ଘଣ୍ଟା ପରେ ପୁରୀ ପାଖାପାଖି କୌଣସି ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବ। ଏହାକୁ ଦୃଷ୍ଟିରେ ରଖି ଗତକାଲିଠାରୁ ପୁରୀ ସମେତ ଅନ୍ୟାନ୍ୟ ଉପକୂଳ ଜିଲ୍ଲାର ତଳିଆ ଅଞ୍ଚଳରୁ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି।

ପୁରୀରେ ୧.୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଗଞ୍ଜାମରୁ ସର୍ବାଧିକ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
ସେହିପରି ଫୋନି ପାଇଁ ଭୁବନେଶ୍ୱରର ବିଭିନ୍ନ ଆଶ୍ରୟସ୍ଥଳୀରେ ୭୦ ହଜାର ଲୋକଙ୍କୁ ଥଇଥାନ କରାଯାଇଛି। ୧୩୫ଟି ଅସ୍ଥାୟୀ କେନ୍ଦ୍ର ଓ ଶିକ୍ଷାନୁଷ୍ଠାନରେ ସେମାନଙ୍କୁ ରଖାଯାଇଛି।

ଫୋନି ପ୍ରଭାବରେ ଗତକାଲିଠାରୁ ପୁରୀ, ଗଞ୍ଜାମ, ଭୁବନେଶ୍ୱର ସମେତ ରାଜ୍ୟର ଆଉ କିଛି ସ୍ଥାନରେ ବର୍ଷା ଲାଗି ରହିଛି। ଗୋପାଳପୁରରେ ସର୍ବାଧିକ ୧୪୯ ମିମି ବର୍ଷା ହୋଇଥିବା ବେଳେ ଘଣ୍ଟା ପ୍ରତି ୧୦୫ କିମି ବେଗରେ ପବନ ବହୁଛି। ପୁରୀରେ ୯୫ ମିମି ବର୍ଷା ହୋଇଛି। ଏଠାରେ ଘଣ୍ଟାପ୍ରତି ୭୦ କିମି ବେଗରେ ପବନ ବହୁଛି।

 

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like