ଭାଲୁ ଅାକ୍ରମଣରେ ୧୦ ଅାହତ

ନୂଅାପଡ଼ା  : ଭାଲୁ ଅାକ୍ରମଣରେ ୧୦ଗୁରୁତର। ନୂଅାପଡ଼ା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ କରଙ୍ଗାମାଲ ଗାଁରେ ଘଟିଛି ଏ ଅଭାନୀୟ ଘଟଣା। ଗତକାଲି ଜଙ୍ଗଲ ଭିତରୁ ଭାଲୁଟି ଗାଁ ଭିତରକୁ ମାଡି ଅାସିଥିଲା। ଭାଲୁ ହାବୁଡରେ ପଡି ଜଣକ ପରେ ଜଣେ ୧୦ ଜଣ ଅାହତ ହୋଇଥିଲେ।

ସକାଳ ସମୟରେ ୮ ଜଣଙ୍କୁ ଅାକ୍ରମଣ କରିଥିବାବେଳେ ସଂଧ୍ୟାରେ ପୁଣିଥରେ ଅନ୍ୟ ଦୁଇ ଜଣଙ୍କୁ ଲହୁଲୁହାଣ କରିଥିଲା। ଅବସ୍ଥା ଗୁରୁତର ହେବାରୁ ସମସ୍ତ ୧୦ ଅାହତଙ୍କୁ ଖଡିଆଳ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା। ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପରେ ବନବିଭାଗର କର୍ମଚାରୀ ଗାଁରେ ପହଞ୍ଚି ଭାଲୁକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ।

You might also like