୫ ଦିନର ସମୁଦ୍ରଯାତ୍ରା ପରେ ଚେନ୍ନାଇରୁ ଫେରିଲେ ୧୦ ଓଡ଼ିଆ ମତ୍ସ୍ୟଜୀବୀ

ଭୁବନେଶ୍ୱର: ୫ ଦିନର କଷ୍ଟ ସାଧ୍ୟ ସମୁଦ୍ର ଯାତ୍ରା। ଭୋକ, ଉପାସରେ ୫ ଦିନର ଯାତ୍ରା ପରେ ନିଜ ଗାଁରେ ଏବେ ଆସି ପହଞ୍ଚିଛନ୍ତି ୨୭ ଜଣ ମତ୍ସଜୀବୀ। ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ଶ୍ରୀକାକୁଲ୍ଲମ୍ ଜିଲ୍ଲାର ସମୁଦ୍ରକୂଳରେ ଆସି ଲାଗିଛି ଏମାନଙ୍କ ଡଙ୍ଗା।

୨୭ ଜଣ ମତ୍ସଜୀବୀ ଚେନ୍ନାଇରୁ ଆନ୍ଧ୍ରପ୍ରଦେଶ ଆସି ପହଞ୍ଚିଛନ୍ତି। ଏହି ୨୭ ଜଣଙ୍କ ମଧ୍ୟରେ ଓଡ଼ିଶାର ୧୦ ଜଣ ମତ୍ସଜୀବୀ ରହିଛନ୍ତି। ୯ ଜଣ ଗଞ୍ଜାମ ଜିଲ୍ଲା ପାତିସୁନପୁର ଅଞ୍ଚଳର ହୋଇଥିବା ବେଳେ ଜଣେ ମତ୍ସଜୀବୀ ପୁରୀ କୃଷ୍ଣପ୍ରସାଦର ବୋଲି ଜଣାପଡ଼ିଛି। ମାଛ ଧରିବାକୁ ଏମାନେ ବଙ୍ଗୋପସାଗର ଦେଇ ଚେନ୍ନାଇରେ ପହଞ୍ଚିଥିଲେ।

ତେବେ ଲକ୍‌ଡାଉନ୍ ହେବା ଫଳରେ ଚେନ୍ନାଇରେ ଅଟକି ରହିଥିଲେ ଏମାନେ। କୌଣସି ରାସ୍ତା ନପାଇବାରୁ ଶେଷରେ ସମୁଦ୍ର ରାସ୍ତା ଦେଇ ଫେରିବାକୁ ଯୋଜନା ପ୍ରସ୍ତୁତ କଲେ। ଏକ ଲକ୍ଷ ୭୩ ହଜାର ଟଙ୍କା ଦେଇ ଏକ ଡଙ୍ଗା କିଣିଥିଲେ ମତ୍ସଜୀବୀ। ୨୫୦ ଲିଟର ଡିଜେଲ୍ ସହ ଏମାନେ ଯାତ୍ରା ଆରମ୍ଭ କରିଥିଲେ।

୫ ଦିନ ପରେ ଏମାନେ ସମୁଦ୍ର କୂଳରେ ଲାଗିବା ପରେ ଆନ୍ଧ୍ର ପ୍ରଶାସନ ପକ୍ଷରୁ ଏମାନଙ୍କୁ ଓହ୍ଲାଇବାକୁ ଅନୁମତି ମିଳିଥିଲା। ପରେ ଏମାନଙ୍କୁ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖି ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି।

You might also like