୧୦ ଫୁଟିଆ ଅଜଗର ସାପ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲ୍ଲା ଜୟପୁରିଆଗୁଡ଼ାରୁ ୧୦ ଫୁଟିଆ ଅଜଗର ସାପ ଉଦ୍ଧାର ହୋଇଛି। ସାପଟିକୁ ଧରିବାକୁ ଉଦ୍ୟମ କରିବା ବେଳେ ସାପ ସ୍ନେକ୍ ହେଲ୍‌ପ ଲାଇନ୍ ସଦସ୍ୟାଙ୍କୁ କାମୁଡ଼ି ଦେଇଥିଲା। ଫଳରେ ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟା ସ୍ନେହା ସୋରେନ ଆହତ ହୋଇଛନ୍ତି।

ଘର ଭିତରେ ସାପ ପଶିଥିବା ଦେଖିବା ବଣ୍ଡା ମାଝିଙ୍କ ପରିବାର ଲୋକେ ସ୍ନେକ୍ ହେଲ୍‌ପ ଲାଇନ୍‌କୁ ଖବର ଦେଇଥିଲେ। ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଛି। ଉଦ୍ଧାର ଅଜଗର ଓଜନ ୧୫ କିଲୋରୁ ଅଧିକ ହେବ। ତେବେ ଖାଦ୍ୟ ଅନ୍ୱେଷଣେ ସାପ ଘର ଭିତରକୁ ପଶିଥିବା ଅନୁମାନ କରାଯାଉଛି।

You might also like