• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ସମ୍ବଲପୁର: ୧୦ ଦିନ ପାଇଁ ସଟ୍‌ଡାଉନ୍‌ ହେବ ସମ୍ୱଲପୁର। କାଲିଠୁ ୩୧ ଯାଏ ସମ୍ବଲପୁର ଜିଲ୍ଲାକୁ ସଟ୍‌ଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି।

ଏହି ୧୦ ଦିନିଆ ସଟ୍‌ଡାଉନ୍ ୨ ଦଫାରେ ଲାଗୁ ହେବ। ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ଦଫା ସଟ୍‌ଡାଉନ୍ ହେବ। ୨୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ଦଫା ସଟ୍‌ଡାଉନ୍ ହେବ।

ଏହି ସମୟରେ ଦୋକାନ ବଜାର, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ। ହସ୍ପିଟାଲ, କ୍ଲିନିକ, ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ ଖୋଲା ରହିବ। କ୍ଷୀର ଦୋକାନ ମଧ୍ୟ ଖୋଲା ରହିବ। ରାସ୍ତାକଡ଼ ଢାବା ଖୋଲା ରହିବ। ତେବେ ଏଠାରୁ କେବଳ ଖାଦ୍ୟ ପାର୍ସଲ ନେଇହେବ।

ଏହାସହ ଜିଲ୍ଲା ଭିତରେ ସରକାରୀ, ଘରୋଇ ଗାଡ଼ି ଚଳାଚଳ ବନ୍ଦ ରହିବ।  ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଗାଡ଼ି ଗୁଡ଼ିକ କେବଳ ଚାଲିପାରିବ। କେହି ଦୁଇ ଚକିଆ ଯାନ  ନେଇ ବାହାରକୁ ବାହାରି ପାରିବେ ନାହିଁ।

ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲାରେ ୧୯୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧୧ ଜଣ ସୁସ୍ଥ ହୋଇଛନ୍ତି। ଆଉ ୮୩ ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକତ୍ସାଧୀନ ଅଛନ୍ତି।

10-days-shutdown-in-sambalpur
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories