ଫର୍ମପୂରଣ କରିବାର ସୁଯୋଗ ମିଳିଲାନି, ଦଶମ ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଦାରିଙ୍ଗବାଡ଼ି:ସ୍କୁଲରେ ନାମ ଲେଖାଇଲେ। ପଢିଲେ। ହେଲେ ମାଟ୍ରିକ ପରୀକ୍ଷା ବେଳକୁ ତାଙ୍କୁ ବାରଣ କରାଗଲା। ଏପରିକି ଫର୍ମ ଫିଲପ୍‌ କରିବାକୁ ଦିଆଗଲାନି। ଏବେ କ’ଣ କରିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସୋନପୁର ହାଇସ୍କୁଲରେ।

ସ୍କୁଲର ୧୪ ଛାତ୍ରଛାତ୍ରୀଙ୍କୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରୁ ବଂଚିତ କରାଯାଇଛି। ସେମାନଙ୍କୁ ଫର୍ମ ଫିଲ୍ଅପ୍ କରିବାକୁ ସୁଯୋଗ ଦିଆଯାଇ ନାହିଁ । ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କାହିଁକି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ଦିଆଯାଇନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ସ୍କୁଲ କତ୍ତୃପକ୍ଷ ଜାଣିଶୁଣି ପିଲାଙ୍କୁ ଫର୍ମ ପୂରଣ କରିବାକୁ ସୁଯୋଗ ଦେଇ ନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସ୍କୁଲରେ କମ ଥିବା ସହ ପରୀକ୍ଷାରେ କମ ମାର୍କ ଆଣିଥିବା ଯୋଗୁଁ ସେମାନଙ୍କୁ ପରୀକ୍ଷା ଦେବା ପାଇ ସୁଯୋଗ ଦିଆଯାଇନଥିବା କହିଛନ୍ତି ସ୍କୁଲ କର୍ତ୍ତୃପକ୍ଷ।  ଏହାକୁ ନେଇ କିଛି ଛାତ୍ରଛାତ୍ରୀ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି।

You might also like