ଭଦ୍ରକ: ରାଜ୍ୟରେ ଗୋଟିଏ ପରେ ଗୋଟିଏ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଉଛି। ଜଗତସିଂହପୁର ପରେ ଏବେ ଭଦ୍ରକ ଜିଲ୍ଲାରେ କର୍ଫ୍ୟୁ ଜାରି ହୋଇଛି। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଛୁଇଁଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି। ଲକଡାଉନ ବେଳେ ସଂଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ବାହାରକୁ ବାହାରିବା ନିଷେଧ ଥିବା ବେଳେ ଏହାକୁ ଆହୁରି କଡ଼ା ଭାବେ ଲାଗୁ କରିବାକୁ ଜିଲ୍ଲା ପ୍ରଶାସନ କର୍ଫ୍ୟୁ ଜାରି କରିଛି।
ସଂଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଏହି କର୍ଫ୍ୟୁ ଜାରି ରହିବ ବୋଲି ଟ୍ୱିଟ୍ କରି ସୂଚନା ଦେଇଛି ଜିଲ୍ଲା ପ୍ରଶାସନ। ଏହି ଆଇନକୁ ଯିଏ ଅମାନ୍ୟ କରିବ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ସନ୍ଧ୍ୟା ହେଲେ ଘରୁ ନ ବାହାରିବା ପାଇଁ ଗତକାଲି ଭୁବନେଶ୍ୱର ଓ ଜଗତସିଂହପୁରରେ କଟକଣା ଜାରି କରାଯାଇଥିଲା।