ଫାଇନାନ୍ସ କମ୍ପାନୀ ଅଧିକାରୀଙ୍କ ଠାରୁ ବନ୍ଧୁକ ମୁନରେ ଲୁଟ୍

ସ୍କୁଟି ସହ ଦେଢ ଲକ୍ଷ ଲୁଟି ଚମ୍ପଟ ବେଳେ କାବୁ କଲେ ଲୋକେ

କଟକ : ଫାଇନାନ୍ସ କମ୍ପାନୀର ଜଣେ ମହିଳା ଅଧିକାରୀଙ୍କ ଠାରୁ ବନ୍ଧୁକ ମୁନରେ ଲୁଟ୍। ସ୍କୁଟି ସହ ଦେଢ ଲକ୍ଷ ଲୁଟି ଚମ୍ପଟ ବେଳେ ଗୋଡ଼େଇ ଗୋଡ଼େଇ ଧରିଲେ ସ୍ଥାନୀୟ ଲୋକ। ତେବେ ଜଣେ ଲୁଟେରା ଖସି ଯିବାରେ ସକ୍ଷମ ହୋଇଛି।

କଟକ ସଦର ଥାନା ଅନ୍ତର୍ଗତ ଗବସ୍ତ ନିକଟରେ ଏହି ଲୁଟ୍ ହୋଇଛି। ଲୁଟେରାଙ୍କ ଠାରୁ ପୁଲିସ ଗୋଟିଏ ଦେଶୀ ପିସ୍ତଲ ଜବତ କରିଛି। ଲୁଟ୍‌ର ଶିକାର ହୋଇଛନ୍ତି ରୀନା ଦାସ । ସେ ଗୋବିନ୍ଦପୁର ଅଞ୍ଚଳରୁ ଟଙ୍କା କଲେକ୍ସନ କରି ଫେରୁଥିବା ବେଳେ ଗବସ୍ତ ନିକଟରେ ଏକ ନିଛାଟିଅା ସ୍ଥାନରେ ୩ ଜଣ ଲୁଟେରା ବନ୍ଧୁକ ଦେଖାଇ ଲୁଟିଥିଲେ।

ତେବେ ସ୍କୁଟି ସହ ନଗଦ ଦେଢ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଉଥିବା ବେଳେ ସ୍ଥାନୀୟ ଲୋକେ ଗୋଡେଇ ଗୋଡେଇ ଧରିଥିଲେ।

You might also like