• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଭାରତରେ ୫ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ରେକର୍ଡ ୧୮ ହଜାର ୫୫୨ କେସ୍। ମୃତ୍ୟୁ ହୋଇଛି ୩୮୪ ଜଣଙ୍କର ଏହାକୁ ମିଶାଇ ମୋଟ୍ ମୃତ୍ୟୁ ସଂଖ୍ୟା ୧୫ ହଜାର ୬୮୫ ଛୁଇଁଛି। ହେଲେ ଚିନ୍ତାର କଥା ହେଲା, କୋଭିଡ୍ ସଂକ୍ରମଣ ଆରମ୍ଭ ସମୟରେ ଦେଶରେ ପ୍ରଥମ ୧ଲକ୍ଷ ପଜିଟିଭ୍ ସଂଖ୍ୟା ଛୁଇଁବାକୁ ୧୧୦ ଦିନ ଲାଗିଥିବାବେଳେ ୪ ଲକ୍ଷରୁ ୫ ଲକ୍ଷ ଅର୍ଥାତ୍ ଶେଷ ଲକ୍ଷେ ଛୁଇଁବାକୁ ଲାଗିଛି ମାତ୍ର ସପ୍ତାହେ ସମୟ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କିନ୍ତୁ କହିଛନ୍ତି ଦେଶରେ କରୋନା ମୃତ୍ୟୁହାର ମାତ୍ର ୩ ପ୍ରତିଶତ। ଅନ୍ୟଦେଶମାନଙ୍କ ତୁଳନାରେ ଭଲ ସ୍ଥିତିରେ ରହିଛି ଭାରତ। ଲକଡାଉନ୍ ପୂର୍ବରୁ ମାତ୍ର ୩ ଦିନରେ କରୋନା ପଜିଟିଭ୍ ସଂଖ୍ୟା ଦୁଇଗୁଣ ହେଉଥିବାବେଳେ ଏବେ ୧୯ ଦିନରେ ଏହା ଦ୍ୱିଗୁଣିତ ହେଉଛି।

ଏଣେ ଓଡ଼ିଶାରେ ବି କେଉଁଦିନ ସେଞ୍ଚୁରୀ ତ କେଉଁଦିନ ଡବଲ ସେଞ୍ଚୁରୀ ମାରୁଛି ମହାମାରୀ କରୋନା। ମୋଟ୍ ପଜିଟିଭ ସଂଖ୍ୟା ଛୁଇଁଲାଣି ୬୩୫୦। ଦିନକରେ ଆଜି ଆଉ ୧୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାଙ୍କ ମଧ୍ୟରୁ ୨୭ ହେଉଛନ୍ତି ଲୋକାଲ କେସ୍। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାସହ ଆଜି ୧୮୪ଜଣ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ଦର୍ଶାଇଛି।  ଗଂଜାମରେ ଆଜି ଜଣଙ୍କ ମୃତ୍ୟୁକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୮ ଛୁଇଁଛି।

ସେପଟେ ମହାମାରୀର ମୁକାବିଲା ପାଇଁ ଏବେ ସେରୋଲଜିକାଲ ଟେଷ୍ଟକୁ ଦିଆଯାଇଛି। ଅଧିକ ଗୁରୁତ୍ୱ ଚିତ୍ର ରାଜଧାନୀ ଦିଲ୍ଲୀର କାହାର କେମିତି ରହିଛି ଆଣ୍ଟିବଡ଼ି କ୍ଷମତା, ଜାଣିବାକୁ ଘର ଘର ବୁଲି ଆରମ୍ଭ ହୋଇଛି ନମୁନା ସଂଗ୍ରହ ଯେଉଁଥିରୁ ସହଜରେ ଧରା ପଡିଯିବ ଗୋଷ୍ଠୀ ସଂକ୍ରମଣ ହୋଇଛି ନା ନାହିଁ?

ଓଡ଼ିଶାରେ ପୁରୀ ସହ ଭୁବନେଶ୍ୱର, ଗଜାମ, ଗଜପତି ଓ କଟକ ଜିଲ୍ଲାରେ ବି ପର୍ଯ୍ୟାୟକ୍ରମେ ଏହି ସର୍ଭେ କରାଯିବାକୁ ସ୍ଥିର ହୋଇଛି। ତାସହ ଆସନ୍ତା ମାସରୁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟିଂ କରିବାକୁ ୫୦ ହଜାର କିଟ୍ ପାଇଁ ବି ବ୍ୟବସ୍ଥା କରୁଛନ୍ତି ସରକାର।

1-lakh-infected-in-corona-within-a-week
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories