କରୋନା କାଳରେ ରାଜ୍ୟରେ ଲକ୍ଷେ କୋଟି ନିବେଶ

ଭୁବନେଶ୍ୱର: କରୋନା କାଳରେ ରାଜ୍ୟରେ ୧ ଲକ୍ଷ କୋଟିର ନିବେଶ ସୁଯୋଗ ସୃଷ୍ଟି ହୋଇଛି। ଫିକି ପକ୍ଷରୁ ଆୟୋଜିତ ଏହାର ବାର୍ଷିକ ସାଧାରଣ ପରିଷଦ ବୈଠକରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି କରୋନା ଭଳି ମହାମାରୀ ସମୟରେ ବି ଓଡ଼ିଶା ନିବେଶକଙ୍କୁ ଆକୃଷ୍ଟ କରିଛି। ଏହି ସମୟରେ ରାଜ୍ୟରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ବାଟ ଫିଟିଛି।

ଶିଳ୍ପକୁ ଅନୁକୂଳ ବାତାବରଣ ପାଇଁ ଅନଲାଇନ ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ଶିଳ୍ପର ବିକାଶ ପାଇଁ ସରକାର ଏକ ଲ୍ୟାଣ୍ଡ ବ୍ୟାଙ୍କ କରିଥିବା କଥା ମଧ୍ୟ କହିଥିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଶିଳ୍ପ ସଂସ୍ଥାଗୁଡ଼ିକ ପୁଞ୍ଜି ନିବେଶ ପ୍ରତି ଆଗେଇ ଆସୁଥିବାରୁ ୨୦୧୯ରେ ପୁଞ୍ଜି ନିବେଶରେ ଓଡ଼ିଶା ୧ ନମ୍ବର ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

You might also like