ଓଲଟିଲା ବସ୍‌

ବୌଦ୍ଧ: ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ମାଦିଙ୍ଗ ଛକ ନିକଟରେ ଜୟ ମାତାଜୀ ନାମକ ଯାତ୍ରବାହୀ ବସ୍‌ ଓଲଟି ପଡ଼ିବା ଫଳରେ ଜଣଙ୍କର ମୃତ୍ୟୁ ଘଟିବା ସହ ୧୫ ଜଣ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଖଡିଆଲ୍‌ର ଶାରଦା ବଳ ।

ଆହତଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି। ୩ ଗୁରୁତରଙ୍କୁ ବୁର୍ଲା ମେଡିକାଲ୍‌ରେ ଭର୍ତ୍ତି କରାଯାଇ ଥିବାବେଳେ ଅନ୍ୟ ୨ଗୁରୁତରଙ୍କୁ ବୌଦ୍ଧ ମେଡିକାଲ୍‌ରେ ଭର୍ତ୍ତି କରାଯିବା ସହ ଆହତଙ୍କ ଚିକିତ୍ସା ମଧ୍ୟ ଏଠାରେ ଚାଲିଛି।

ସୂଚନା ଅନୁସାରେ, ଯାତ୍ରୀବାହୀ ବସ୍ ଭୁବନେଶ୍ୱରରୁ ନୂଆପଡ଼ା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ସିନାପାଲି ନିକଟରେ ଓଲଟି ପଡ଼ିଥିଲା। ରାତି ପ୍ରାୟ ୩ଟା ସମୟରେ ଏହି ଅଘଟଣ ଘଟିଛି। ବସ୍‌ରେ ୪୦ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି।

You might also like