ଟ୍ରକ୍‌ ପଛରେ ପିଟି ହେଲା ଟ୍ରକ୍‌

ଭଦ୍ରକ: ଓଭର ବ୍ରିଜ୍‌ ଉପରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଆଉ ଏକ ଟ୍ରକ୍‌। ଭଦ୍ରକ ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥର ବନ୍ତ ଛକ ଓଭର ବ୍ରିଜ୍‌ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

ବ୍ରିଜ୍‌ ଉପରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛରୁ ଆଉ ଏକ ଟ୍ରକ୍‌ ଧକ୍କା ଦେଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁନାରାମ ମୁଣ୍ଡା। ସୁନାରାମଙ୍କ ଘର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କହରାପୋଖରୀରେ ବୋଲି ଜଣାପଡ଼ିଛି।

ଗତକାଲି ବିଳମ୍ୱିତ ରାତିରେ ଏକ ଚିପ୍ସ ବୋଝେଇ ଟ୍ରକ୍‌ ବ୍ରିଜ୍‌ ଉପରେ ଛିଡ଼ା ହୋଇଥିଲା। ଟ୍ରକ୍‌ଟି ଚଣ୍ଡିଖୋଲରୁ ବାଲେଶ୍ୱର ଯାଉଥିଲା। ତେବେ କୌଣସି କାରଣ ବଶତଃ ସେଠାରେ ଅଟକି ରହିଥିଲା।

ଯେଉଁ ଟ୍ରକ୍‌ଟି ତା’ ପଛରେ ପିଟି ହେଲା, ତାହା ରାଉରକେଲାରୁ ଭଦ୍ରକ ଆସୁଥିଲା। ଏଥିରେ ଲୁହା ରଡ୍‌ ବୋଝେଇ ହୋଇଥିଲା।

 

You might also like