ଗଣେଶ ବିସର୍ଜନ ବେଳେ ଗୋଷ୍ଠୀ ସଂଘର୍ଷ

ବଲାଙ୍ଗିର  : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଗଣେଶ ବିସର୍ଜନ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅାହତ ହୋଇଛନ୍ତି।  ଅାହତଙ୍କୁ ଟିଟିଲାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଟିଟିଲାଗଡ଼ ବଜାରର ଶାସ୍ତ୍ରୀ ଛକରେ ଭସାଣ ଶୋଭାଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ମୃତକ ହେଲେ ଅାଦିବାସୀ ପଡ଼ାର ବୁଲୁ ହାତୀ ଓ ଅାହତ ଯୁବକ ହେଲେ ରୋହିତ ବାଗ୍।

ଏହି ମାମଲାରେ ପୁଲିସ ଜଣେ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।  ଅଭିଯୁକ୍ତକୁ ଗିରଫ ଓ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଥାନା ଅାଗରେ ଶବ ରଖି ଲୋକ ରାସ୍ତା ରୋକ କରିଥିଲେ।

You might also like